ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେମନ୍ତ ସୋରେନଙ୍କ ଜାମିନ ଆବେଦନ, ମେ' ୧୭ରେ ହେବ ପରବର୍ତ୍ତୀ ଶୁଣାଣି

ରାଞ୍ଚି,୧୪/୦୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ  ସୋରେନଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୭ ତାରିଖରେ  ହେବ । ଲୋକସଭା ନିର୍ବାଚନରେ ପ୍ରଚାର ନିମନ୍ତେ ଅନ୍ତରୀଣ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । 

ସୋମବାର ଅଦାଲତରେ ହେମନ୍ତଙ୍କ ମୂଳ ଆବେଦନର ଶୁଣାଣି ହୋଇଥିଲା । ହେମନ୍ତ ଏହି  ଆବେଦନରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ ଦେଇଥିଲେ, ଯେଉଁଥିରେ ତାଙ୍କ ଗିରଫଦାରିକୁ  ଉଚିତ ଦର୍ଶାଯାଇଥିଲା । ବିଚାରପତି ସଞ୍ଜୀବ ଖନ୍ନା ଓ ବିଚାରପତି ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି  କରିଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟ  ମେ ୧୦ରେ ହେମନ୍ତଙ୍କ ଆବେଦନର ଶୁଣାଣି କରି ସାନି ଆବେଦନ  ଲାଗି କହିଥିଲେ । 

ହାଇକୋର୍ଟ ଗତ ୩ ତାରିଖରେ ନିଜ ରାୟ  ଶୁଣାଇଥିଲେ ଏବଂ ଜେଏମ୍‌ଏମ୍‌ ନେତା ପ୍ରଥମରୁ ହିଁ ହାଇକୋର୍ଟଙ୍କ  ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ । ଏଭଳି ସ୍ଥିତିରେ  ତାଙ୍କ ଆବେଦନ ନିରର୍ଥକ ବୋଲି ଖଣ୍ଡପୀଠ ଦର୍ଶାଇଥିଲେ । ରାଞ୍ଚି  ଜିଲ୍ଲାର ବଡ଼ଗାଈ ଅଞ୍ଚଳରେ ସାଢ଼େ ୮ ଏକର ଜମି ଦୁର୍ନୀତି  ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତଙ୍କୁ ୧୧ ଥର ସମନ  ଜାରି କରିଥିଲା । ଜାନୁଆରୀ ୩୧ରେ ଇଡି ତାଙ୍କ ବାସଭବନ ପହଞ୍ଚି  ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲା । ଏହି କାର୍ଯ୍ୟାନୁଷ୍ଠାନ  ଏବଂ ଗିରଫଦାରିକୁ ହେମନ୍ତ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.