ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ବେଙ୍ଗଲରେ ମହିଳା ଡାକ୍ତରଙ୍କୁ ‘ନାଇଟ୍ ସିପ୍ଟ’ ନଦେବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ, କହିଲେ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ବ...

ନୂଆଦିଲ୍ଲୀ: କୋଲକାତାର ଆର.ଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଗତ ଦିନରେ ବେଙ୍ଗଲ ସରକାର ମହିଳା ଡାକ୍ତରଙ୍କ ସୁରକ୍ଷା ପାଇଁ ଡାକ୍ତରଖାନାରେ ନାଇଟ୍ ସିପ୍ଟ ଦିଆନଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ବେଙ୍ଗଲ ସରକାରଙ୍କ ଏହି ଆଦେଶକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବେଙ୍ଗଲ ସରକାରଙ୍କ ଏହି ଆଦେଶକୁ ପରିବର୍ତ୍ତନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ମଙ୍ଗଳବାର ଦିନ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, 'ଆପଣ (ବେଙ୍ଗଲ ସରକାର) କିପରି କହିପାରିବେ ଯେ ମହିଳା ମାନେ ରାତିରେ କାମ କରିପାରିବେ ନାହିଁ ? ମହିଳା ଡାକ୍ତରଙ୍କ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଉଛି ? ସେମାନେ ଏଭଳି ଆରାମ ଚାହାଁନ୍ତି ନାହିଁ । ମହିଳା ମାନେ ସମାନ ସିଫ୍ଟରେ କାମ କରିବାକୁ ପ୍ରସ୍ତୁତ । 

ପ୍ରଧାନ ବିଚାରପତି କହିଛନ୍ତି, 'ସିବଲ (ବେଙ୍ଗଲ ସରକାରଙ୍କ ଓକିଲ) ଆପଣ ଏହି ପ୍ରସଙ୍ଗରେ ଧ୍ୟାନ ଦେବା ଆବଶ୍ୟକ । ଏହାର ସମାଧାନ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା । ପଶ୍ଚିମବଙ୍ଗ ସରକାର ଏହାର ଆଦେଶରେ ସଂଶୋଧନ କରିବା ଉଚିତ୍ । ରାଜ୍ୟର ମହିଳା ଡାକ୍ତର ମାନଙ୍କୁ ସୁରକ୍ଷା ଯୋଗାଇବା ଆପଣଙ୍କର ଦାୟିତ୍ବ । ଆପଣ ମହିଳା ମାନଙ୍କୁ ରାତିରେ କାମ କରିବାରେ ଅଟକାଇ ପାରିବେ ନାହିଁ । ପାଇଲଟ, ସେନା କର୍ମଚାରୀ ଏବଂ ଅନ୍ୟମାନେ ମଧ୍ୟ ରାତିରେ କାମ କରନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.