ସୁପ୍ରିୟା ସୁଲେଙ୍କ ଫୋନ୍ ହ୍ୟାକ୍ ହୋଇଥିବା କଲେ ଦାବି , କହିଲେ – ମୁଁ ନୂଆ ଶିକାର
ନୂଆଦିଲ୍ଲୀ – ଏନସିପି ସାଂସଦ ସୁପ୍ରିୟା ସୁଲେ ରବିବାର ଦାବି କରିଛନ୍ତି କି, ତାଙ୍କର ଫୋନ୍ ହ୍ୟାକ୍ ହୋଇ ଯାଇଛି। ସୁପ୍ରିୟା ସୁଲେ ଏହାକୁ ନେଇ ଏକ୍ସରେ ପୋଷ୍ଟ ମଧ୍ୟ ଲେଖିଛନ୍ତି , ଯେଉଁଥିରେ ଲୋକେ ତାଙ୍କୁ ଫୋନ୍ କଲ୍ କି ହ୍ୱାଟ୍ସଆପ୍ ନକରିବାକୁ ଅନୁରୋଧ କରିଛନ୍ତି। ଶରଦ ପାୱାର ଦଳର ନେତା ଆହୁରି ଲେଖିଛନ୍ତି, ମୁଁ ଏହି ମାମଲାର ଅଭିଯୋଗ ପୁଲିସରେ କରିଛି। ସୁପ୍ରିୟା ସୁଲେ ବାରାମତିରୁ ସାଂସଦ ଅଛନ୍ତି ଏବଂ ମହାରାଷ୍ଟ୍ରର ଜଣାଶୁଣା ନେତା ଶରଦ ପାୱାରଙ୍କ ଝିଅ । ସୁପ୍ରିୟା ସୁଲେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଯାହା କିଛି ହେଉଛି , ତାର ମୁଁ ନୂଆ ଶିକାର। ସେ ଏହା ବି କହିଛନ୍ତି , ମୋ ପାଖରେ ଲୁଚାଇବାକୁ କିଛି ବି ନାହିଁ , କିନ୍ତୁ ଏହି ମାମଲା ଖୁବ୍ ଗୁରୁତର।
ସୁଲେ ପରେ ଯାୱତ ପୁଲିସ ଥାନାରେ ଏତଲା ଦେଇଛନ୍ତି। ସେ ଏସପି ପଙ୍କଜ ଦେଶମୁଖଙ୍କ ସହ ଏହି ବିଷୟରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି , ଯିଏକି ମାମଲାରେ ଯାଞ୍ଚ ଆଶ୍ୱାସନା ଦେଇଛନ୍ତି। ପୁନେ ଗ୍ରାମୀଣ ପୁଲିସ କହିଛି , ଯାଞ୍ଚ ଜାରି ରହିଛି। ଏହାକୁ ନେଇ ଟେକ୍ନିକାଲି ସୂଚନା ସଂଗ୍ରହ କରାଯାଉଛି।
ସୁପ୍ରିୟା ସୁଲେ କହିଛନ୍ତି କି ମୋ ଫୋନ ତ ମୋ ପାଖରେ ଅଛି, ହେଲେ ଏହାକୁ ଆଉ କିଏ ଅପରେଟ୍ କରୁଛି । ସୁଲେ କହିଛନ୍ତି କି ମୋତେ ଏହି ବିଷୟରେ ଜଣାପଡ଼ିଲା ଯେବେ ମୁଁ ହ୍ୱାଟ୍ସଆପ୍ ଖୋଳିବାକୁ ଚାହିଁଲି , କିନ୍ତୁ ଏହା ଖୋଲି ନଥିଲା। ଏହାପରେ ମୁଁ ଜୟନ୍ତ ପାଟିଲ (ଏନସିପି ପ୍ରଦେଶ ଅଧ୍ୟକ୍ଷ)ଙ୍କୁ ଫୋନ୍ ଚେକ୍ କରିବାକୁ କହିଲି। ଏହାପରେ ଜୟନ୍ତ ମୋତେ ମେସେଜ ପଠାଇଲେ ।
ସୁପ୍ରିୟା ସୁଲେଙ୍କ ମୁତାବିକ, ମୋ ଫୋନ୍ ବନ୍ଦ ଥିଲା , ଏହା ସତ୍ତ୍ୱେ ଜୟନ୍ତ ପାଟିଲଙ୍କୁ ମୋ ନମ୍ୱରରୁ ରିପ୍ଲାଇ ମିଳିଲା। ସେ ପୁନେର ପତାସରେ ପାର୍ଟି ୱାର୍କରଙ୍କୁ ସମ୍ୱୋଧିତ କରୁଥିଲେ। ଏଠାରେ ଏନସିପି –ଶରଦ ପାୱାର ପାର୍ଟି ଶିବ ସ୍ୱରାଜ ଯାତ୍ରା ଆରମ୍ଭ କରୁଛନ୍ତି।