ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ସୁରଟରେ ଭୁଶୁଡ଼ିଲା କପଡ଼ା କାରିଗର ରହୁ‌ଥିବା ୬ ମହଲା କୋଠା; ଉଦ୍ଧାର କାର୍ଯ୍ୟ ଜାରି

Image source: The indian Express

ସୁରଟ,୦୬/୦୭: ଶନିବାର ସୁରଟରେ ଏକ ଛଅ ମହାଲା କୋଠା ଭୁଶୁଡ଼ି ପଡ଼ିଛି, ଯେଉଁଠାରେ ଅନେକ କପଡ଼ା କାରିଗରଙ୍କ ପରିବାର ରହୁଥିଲେ। ତେବେ ଏହି ଅଘଟଣ ଘଟିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି କୋଠାର ଧ୍ବଂସାବଶେଷ ଗୁଡ଼ିକୁ ହଟାଇ ତା ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରୁଛି। ଖବର ଲେଖାସରିବା ସୁଦ୍ଧା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଭଗ୍ନାବଶେଷ ତଳେ କେତେ ଜଣ ରହିଛନ୍ତି ସେନେଇ କୌଣସି ସୂଚନା ନଥିବା କହିଛନ୍ତି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଜଣେ କର୍ମଚାରୀ। 

ଅପରାହ୍ଣ ୩ଟା ବେଳେ ପଲିଗ୍ରାମର ଜଜାତିନଗର ଠାରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସୂତ୍ରରୁ ଖବର ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ, କୋଠାଟିର ଅବସ୍ତା ଅତ୍ୟନ୍ତ ଦୁର୍ବଳ ‌ଥିଲା।  ଚୋରାସି ବିଧାୟକ ସନ୍ଦୀପ ଦେଶାଇ, ସୁରଟ ପୋଲିସ କମିଶନର ଅନୁପମ ସିଂ ଗେହଲଟ୍, ଜିଲ୍ଲା କଲେକ୍ଟର ଡ. ସୌରଭ ପାରଦୀ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। 

ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି। କୋଠାର ଭଗ୍ନାବଶେଷ ହଟାଇବା ପାଇଁ ଜେସିବି ମେସିନ୍ ଲଗାଯାଇଥିବାବେଳେ ଡ୍ରିଲିଂ ମେସିନ୍ ବ୍ୟବହାର କରି ବଡ଼ ବଡ଼ ଚଟାଣ ଗୁଡ଼ିକୁ ଭାଙ୍ଗି ହଟାଯାଉଛି। ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.