ଭୁବନେଶ୍ୱର ୩୦/୦୯: କଟକ-ଭୁବନେଶ୍ୱର ନୂଆ ପୁଲିସ କମିସନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ। ସଂଜୀବ ପଣ୍ଡାଙ୍କ ଠାରୁ ଦଶମ କମିସନର ଭାବେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅଫିସର ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବର କମିସନର ଅଫିସ ଯୋଗ ଦେବା ପରେ ଅନ୍ୟ ଅଧିକାରୀଙ୍କ ସହିତ ଭେଟିଛନ୍ତି ନୂଆ ସିପି।
ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱରର କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି କରାଯାଇଥିଲା । ତାଙ୍କ ବଦଳରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ବଦଳି ହେବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଟ୍ୱିନ୍ ସିଟିର ନୂତନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହାପରେ ତାଙ୍କୁ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଆଇପିଏସ୍ ସଞ୍ଜୀବ ପଣ୍ଡା ଦାୟିତ୍ୱ ହସ୍ତାନ୍ତର କରିଥିଲେ ।