ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁକମାରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୩/୫(ଆପ୍ର ) ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ୪ଜଣ ଇନାମୀ ହାର୍ଡ କୋର ମାଓବାଦୀ ସହ ୮ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।

 ଛତିଶଗଡ଼ ସରକାରଙ୍କ ପକ୍ଷରୁ ଇନାମୀ ୪ ମାଓବାଦୀଙ୍କ ମଧ୍ୟରୁ  ଜଣଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଅନ୍ୟ  ତିନି ଜଣଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖା ପୁରସ୍କାର ଘୋଷଣା କରିଥିଲେ। ଛତିଶଗଡ ସରକାରଙ୍କ "ଛତିଶଗଡ ନକ୍ସଲବାଦ ବିଲୋପ ନୀତି" ଏବଂ ସୁକମା ପୋଲିସ ଦ୍ୱାରା ପରିଚାଳିତ "ପୁନା ନାର୍କମ୍ ଅଭିଯାନ" ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ନିରାପତ୍ତା ଶିବିର ପ୍ରତିଷ୍ଠା ଦ୍ୱାରା ପ୍ରଭାବିତ ହୋଇ ମାଓବାଦୀ ମାନେ ଆତ୍ମ ସମର୍ପଣ କରିଛନ୍ତି। ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଉତ୍ସାହିତ କରିବା ପାଇଁ  ସିଆରପିଫ ଇଣ୍ଟେଲିଜେନ୍ସ ଶାଖା ଏବଂ ପୋଲିସ ଷ୍ଟେସନ କୁକାନାର କର୍ମଚାରୀ ଏବଂ ନକ୍ସଲ ସେଲ ପଚରାଉଚରା ଶାଖାର ଏକ ବିଶେଷ ପ୍ରୟାସ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.