ଭୁବନେଶ୍ବର,୩।୯ ପଞ୍ଚଭୂତରେ ବିଲୀନ ହେଳେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର। ଦିଗପହଣ୍ଡିରେ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି। ସୂର୍ଯ୍ୟଙ୍କ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେଇଛନ୍ତି। ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶନିବାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ଫାଇଭ ଟି ସଚିବ ଭି କେ ପାଣ୍ଡିଆାନ ନୟାପଲିସ୍ଥିତ ବାସଭବନରେ ପହଞ୍ଚି ସୂର୍ଯ୍ୟଙ୍କୁ ଶେଷ ଦର୍ଶନ କରିଥିଲେ। ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବିଜେଡ଼ିର ଅନେକ ମନ୍ତ୍ରୀ, ବିଧାୟକ ବି ତାଙ୍କ ଶେଷ ଦର୍ଶନ କରିଥିଲେ ।