ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା: ଫିଟନେସ୍‌ ଟେଷ୍ଟରେ ସୂର୍ଯ୍ୟକୁମାର ଯାଦବ ଫେଲ୍‌ !

ନୂଆଦିଲ୍ଲୀ: ଦୁନିଆର ଏକ ନମ୍ବର ଟି-୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ସସପେନ୍ସ ଲାଗି ରହିଛି । ସ୍ପୋର୍ଟସ୍‌ ହାର୍ନିଆ ସର୍ଜିରୀ ପରେ ଯଦିଓ ସେ ସୁସ୍ଥ ହେଉଛନ୍ତି କିନ୍ତୁ ଆଇପିଏଲର କେତୋଟି ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି କୁହାଯାଉଛି । ଏପରିକି ସେ ଆଇପିଏଲର ୧୭ ତମ ସଂସ୍କରଣରେ ଅଂଶଗ୍ରହଣ କରିନପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯାହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଏହାର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚିନ୍ତାରେ ପଡ଼ିଛନ୍ତି । 

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ମଙ୍ଗଳବାର ସୂର୍ଯ୍ୟକୁମାରଙ୍କ ଫିଟନେସ୍‌ ଟେଷ୍ଟ ହୋଇଥିଲା ଏବଂ ସେ ଏଥିରେ ଫେଲ୍‌ ହୋଇଛନ୍ତି । ଆଉ ଏବେ ତାଙ୍କୁ ଅନ୍ୟ ଏକ ସୁଯୋଗ ଦିଆଯିବ । ମାର୍ଚ୍ଚ ୨୧ରେ ପୁଣି ଥରେ ଫିଟନେସ୍‌ ନେଇ ପରୀକ୍ଷା ଦେବେ  ସୂର୍ଯ୍ୟକୁମାର ଯାଦବ । ଅର୍ଥାତ ପ୍ରାରମ୍ଭିକ କେତୋଟି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଖେଳିବା ଅସମ୍ଭବ କହିଲେ ଭୁଲ ହେବ ନାହିଁ । ଯଦି ଆଗାମୀ ଟେଷ୍ଟରେ ସେ ସଫଳ ହୁଅନ୍ତି ତଥାପି ସେ ସାଙ୍ଗେସାଙ୍ଗେ ମଇଦାନକୁ ଓହ୍ଲାଇପାରିବେ ନାହିଁ । 

ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ମିଡିଲ୍‌ ଅର୍ଡରର ବ୍ୟାକ୍‌ବୋନ୍‌ କୁହାଯାଉଥିବା ସୂର୍ଯ୍ୟକୁମାର ଯାଦବ ଯଦି ମ୍ୟାଚ୍‌ ଖେଳିନପାରନ୍ତି ତେବେ ଟିମ୍‌ ପାଇଁ ଅସୁବିଧା ହେବ ନିଶ୍ଚୟ । କାରଣ ମିଡିଲ ଅର୍ଡରରେ ଦ୍ରୁତ ରନ୍‌ କରିବାକୁ ଦଳ ଲାଗି ଆହ୍ବାନ ସୃଷ୍ଟି କରିବ । ସେପଟେ ସୂର୍ଯ୍ୟକୁମାର ପରିବର୍ତ୍ତେ ଦଳ ପାଖରେ ବ୍ୟାକଅପ୍ ପ୍ଲାନ ବି ରହିଛି । ପଞ୍ଜାବର ବାମହାତି ବ୍ୟାଟର ନେହାଲ ବଢ଼େରା ଏବଂ କେରଳର ଦମଦାର ବ୍ୟାଟର ବିଷ୍ଣୁ ବିନୋଦ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ଅଛନ୍ତି । 

ନେହାଲଙ୍କୁ ଗତ ସିଜନରେ ଦଳ ସୁଯୋଗ ଦେଇଥିଲା ଏବଂ ସେ ଫିନିସର ଭାବେ ଖୁବ ଭଲ ପ୍ରଦର୍ଶନ କରିଥିଲେ । ସେ ୧୪ଟି ମ୍ୟାଚ୍‌ରେ ୨୬ରୁ ଅଧିକ ଆଭେରେଜ୍‌ ସହ ୨୪୧ ରନ୍‌ କରିଥିଲେ । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୪ ୫ ରନ୍‌ରୁ ଅଧିକ ଥିଲା । ବିଷ୍ଣୁ ବିନୋଦ ମଧ୍ୟ ଜଣେ ଭଲ ବିକଳ୍ପ । ଆଇପିଏଲରେ ତାଙ୍କୁ କେବଳ ୬ଟି ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା । 

ମୁମ୍ବାଇ ପାଖରେ ସୂର୍ଯ୍ୟକୁମାର ଯାଦବଙ୍କ ବିକଳ୍ପ ଥିଲେ ସୁଦ୍ଧା ତାଙ୍କର ସୁସ୍ଥ ହେବା ମଧ୍ୟ ଗୁରୁତ୍ବ ବହନ କରେ । ସେପଟେ ଯଦି ସୂର୍ଯ୍ୟକୁମାର ଯାଦବ ଖେଳିନପାରନ୍ତି ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚିନ୍ତା ବୃଦ୍ଧି ପାଇବ । କାରଣ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହାର୍ଦ୍ଦିକଙ୍କ ଉପରେ ୨୦୨୪ ଆଇପିଏଲରେ ଚାପ୍‌ ରହିବା ସ୍ବଭାବିକ ।

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.