ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

G-20 ସମ୍ମିଳନୀକୁ ନେଇ ଏମିତି ଟ୍ୱିଟ୍ କଲା ସ୍ୱିଗି: ୟୁଜର୍ସ କହିଲେ, 'ପିଲାଦିନ ମନେ ପଡିଗଲା'

ନୂଆଦିଲ୍ଲୀ ୧୦/୯: ଦେଶବାସୀଙ୍କ ନଜର ଏବେ G20 ସମ୍ମିଳନୀ ଉପରେ ରହିଛି । ଆୟୋଜନରେ ଅତିଥିଙ୍କ ସ୍ୱାଗତଠୁ ଆରମ୍ଭ କରି ହୋଷ୍ଠ ମୋଦିଙ୍କ ଅନ୍ଦାଜ ସବୁକିଛି ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହା ମଧ୍ୟରେ ସ୍ୱିଗୀର ଏକ ଟ୍ୱିଟ୍ ମଧ୍ୟ ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରୁଛି । ଯଦିଓ ଏହା ଏକ ଫୁଡ୍ ଡେଲିଭରୀ ସର୍ଭିସ୍, କିନ୍ତୁ ନିକଟରେ ଜି୨୦ ଉପରେ ଏକ ଖାସ୍ ଟ୍ୱିଟ୍ ଜରିଆରେ ଲାଇମଲାଇଟ୍ ସଂଗ୍ରହ କରୁଛି ସ୍ୱିଗୀ ।

ଗୋଟେ ପଟେ ଜି୨୦ ସମ୍ମିଳନୀରେ ଗୁରୁତର ମୁଦ୍ଦା ଉପରେ ଆଲୋଚନା ଜାରି ରହିଛି । ଅନ୍ୟପଟେ ସ୍ୱିଗୀ ଏହି ଟ୍ରେଣ୍ଡିଂ ମୁଦ୍ଦାରେ ଟ୍ୱିଟ୍ କରି ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି । ସ୍ୱିଗୀ ନିଜ ଟ୍ୱିଟରେ ଏକ ଚା କପ୍ ଦର୍ଶାଇଛି । ଖାସ୍ କଥା ହେଉଛି ଚା କପ୍ ଚାରିପଟେ ପାର୍ଲେ-ଜି ବିସ୍କୁଟ ରଖାଯାଇଛି । ତାହା ପୁଣି ଗଣି ଗଣି ୨୦ଟି ବିସ୍କୁଟ । ଏଥିରେ କ୍ୟାପ୍ସନ ଲେଖାଯାଇଛି କି ମୋ ପାର୍ଲେ-ଜି ୨୦ ସମ୍ମିଳନୀରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଏହିଭଳି ପାର୍ଲେ-ଜି ବାହାନାରେ ସ୍ୱିଗୀ ମଧ୍ୟ ଜି-୨୦ ସମ୍ମିଳନୀର ଟ୍ରେଣ୍ଡରେ ନିଜକୁ ସାମିଲ କରିଛି । 



ଏହି ଟ୍ୱିଟ ବାହାନାରେ ସ୍ୱିଗୀ ୟୁଜର୍ସଙ୍କ ପିଲାଦିନ ମନେ ପକାଇ ଦେଇଛି । ଜଣେ ୟୁଜର ଏହି ଟ୍ୱିଟକୁ ଦେଖି ଲେଖିଛନ୍ତି କି ‘ମୋତେ ମୋ ପିଲାଦିନ ମନେ ପଡିଗଲା ।’ କିଛି ୟୁଜର୍ସ ସ୍ୱିଗୀର ଏହି କ୍ରିଏଟିଭିଟିକୁ ପ୍ରଶଂସା କରିଛନ୍ତି । ତେବେ କିଛି ୟୁଜର୍ସ ସ୍ୱିଗୀର ସର୍ଭି ଉପରେ ମଧ୍ୟ ନିଜ ରାଗ ଜାହିର କରିଛନ୍ତି । କିଛି ୟୁଜର୍ସ ମଜାଳିଆ ଇମୋଜୀ ସହିତ ଏଥିରେ କମେଣ୍ଟ କରୁଛନ୍ତି । 

Copyright © 2022 - Summa Real Media Private Limited. All Rights Reserved.