ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆସନ୍ତା ୨୫ରେ ଭାରତୀୟ ଦଳର ଆମେରିକା ଯାତ୍ରା

ନୂଆଦିଲ୍ଲୀ, ୨୪/୦୫: ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ର ନବମ ସଂସ୍କରଣ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ୨୫ ତାରିଖରେ ଆମେରିକା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣା  ପଡ଼ିଛି । ଅବଶିଷ୍ଟ ଖେଳାଳି ଦ୍ୱିତୀୟ ପର୍ଯ୍ୟାୟରେ  ଆଇପିଏଲ୍‌ ଫାଇନାଲ ଶେଷ ହେବା ପରେ ଯିବେ । ଆସନ୍ତା ୧ ତାରିଖରେ ଭାରତ ଏକ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବ । ଏହାପରେ ୫ ତାରିଖରେ  ନ୍ୟୁୟର୍କରେ ଆୟର୍ଲାଣ୍ଡ ବିପକ୍ଷରେ ଦଳ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ । ସେହିପରି ୯ ତାରିଖରେ ଟୁର୍ଣ୍ଣାମେଣ୍ଟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରହିଛି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଲ୍ଟେଜ ମୁକାବିଲା ହେବ ।  

କୋହଲି ଓପନ  କରନ୍ତୁ: ପାର୍ଥିବ ଆଇପିଏଲରେ ବିରାଟ କୋହଲି ଯେଉଁ  ଭଳି ଫର୍ମ ଦେଖାଇଛନ୍ତି ସେ ବିଶ୍ୱକପ୍‌ରେ ଓପନ କରିବା  ଉଚିତ ବୋଲି ବହୁ ପୂର୍ବତନ କ୍ରିକେଟର ମତ ଦେଇଛନ୍ତି ।  ଏହି ମତକୁ ସମର୍ଥନ କରିଛନ୍ତି ପାର୍ଥିବ ପଟେଲ । ସେ କହିଛନ୍ତି, ବିରାଟ ଏବେ ଯେଉଁ ଭଳି  ଫର୍ମରେ ରହିଛନ୍ତି, ମୁଁ ଭାବୁଛି ସେ ଅଧିନାୟକ  ରୋହିତ ଶର୍ମାଙ୍କ ସହ ଓପନ କରନ୍ତୁ ଏବଂ ଦୀର୍ଷ  ପ୍ରତୀକ୍ଷାର ଅନ୍ତ ଘଟାଇ ଦଳକୁ ବିଶ୍ୱ ଚାମ୍ପିଅନ  କରାନ୍ତୁ ।’ ପ୍ଲ ଅଫ୍‌ ପର୍ଯ୍ୟନ୍ତ କୋହଲି ୧୫ ମ୍ୟାଚ୍‌  ଖେଳି ୭୪୧ ରନ୍‌ କରିଥିଲେ । ଯେଉଁଥିରେ ଗୋଟିଏ  ଶତକ ଏବଂ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.