ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟେଣ୍ଟି ବିଶ୍ୱକପ୍: ପୂର୍ବରୁ ହୋଇଛି ଅନେକ ରେକର୍ଡ, ଏଥର ନୂଆ ରେକର୍ଡକୁ ଅପେକ୍ଷା...

ନୂଆଦିଲ୍ଲୀ ୩୦/୦୫: ଟି-ଟ୍ୱେଣ୍ଟି ଫର୍ମାଟ୍‌ ସ୍ୱଳ୍ପ ଦିନର ହେଇଥିଲେ ହେଁ ଅବିଶ୍ୱସନୀୟ ସଟ୍‌, ବିସ୍ଫୋରକ ବ୍ୟାଟିଂ ଓ ବିଚକ୍ଷଣ ରଣ କୌଶଳକୁ ନେଇ ଲୋକପ୍ରିୟତାର ଶୀର୍ଷରେ ରହିଛି । ପ୍ରତି ବିଶ୍ୱକପ୍‌ରେ କିଛି ଦର୍ଶନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଅନେକ ରେକର୍ଡ ସ୍ଥାପନ ହୋଇଛି ଓ ପରବର୍ତ୍ତୀ ସଂସ୍କରଣରେ ଏହି ସବୁ ରେକର୍ଡ  ଭଙ୍ଗ ହୋଇଛି । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଧ୍ୟ ଅନେକ ନୂଆ ରେକର୍ଡ ସ୍ଥାପନ ହେବାକୁ ଯାଉଛି ।

ଦ୍ରୁତତମ ବିଶ୍ୱକପ୍‌ ଶତକ 


ଏଥର ଗୋଟିଏ ରେକର୍ଡ ଉପରେ ସମସ୍ତଙ୍କ ନଜର  ରହିବ । ତାହା ହେଉଛି ଦ୍ରୁତତମ ଶତକ ରେକର୍ଡ ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦ୍ରୁତତମ ଶତକ ରେକର୍ଡ ୱେଷ୍ଟ  ଇଣ୍ଡିଜ୍‌ର କ୍ରିସ ଗେଲ୍‌ଙ୍କ ନାମରେ ରହିଛି । ଦ୍ରୁତତମ  ବିଶ୍ୱକପ୍‌ ଶତକ ତାଲିକାର ପ୍ରଥମ ୨ଟି ଯାକ ସ୍ଥାନ  ଗେଲଙ୍କ ଅକ୍ତିଆରରେ ରହିଛି । ସେ ୪୭ଟି ବଲ୍‌ ଓ ୫୦ଟି  ବଲ୍‌ରେ ଶତକ ଅର୍ଜନ କରିଛନ୍ତି । ୨୦୧୬ବିଶ୍ୱକପ୍‌ରେ  ସେ ଇଂଲଣ୍ଡ ବିପକ୍ଷରେ ୪୭ଟି ବଲ୍‌ରୁ ଶତକ ଅର୍ଜନ  କରିଥିଲେ । ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ୍‌  ଆୟୋଜିତ ହୋଇଥିଲା । ସେହିପରି ୨୦୦୭ ବିଶ୍ୱକପ୍‌ରେ  ଗେଲ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ଟି ବଲ୍‌ରୁ ଶତକ  ଅର୍ଜନ କରିଥିଲେ । ଦ୍ରୁତତମ ବିଶ୍ୱକପ୍‌ ଶତକ ତାଲିକାର  ତୃତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ବ୍ରେଣ୍ଡନ  ମ୍ୟାକ୍‌କୁଲମ । ସେ ୨୦୧୨ ବିଶ୍ୱକପ୍‌ରେ ବାଂଲାଦେଶ  ବିପକ୍ଷରେ ୫୧ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ ।  ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟରେ ଦ୍ରୁତତମ ଶତକ ରେକର୍ଡ  ନାମିବିୟାର ଜାନ ନିକୋଲ ଲଫ୍ଟି-ଇଟନଙ୍କ ନାମରେ  ରହିଛି । ସେ ୩୩ଟି ବଲ୍‌ରେ ଶତକ ଅର୍ଜନ କରିଥିଲେ ।  ଏଥର ବିଶ୍ୱକପ୍‌ରେ ୨୦ଟି ଦଳ ଭାଗ ନେଉଥିବାରୁ  ଦ୍ରୁତତମ ଶତକ ରେକର୍ଡ ଭଙ୍ଗ ହେବା ଆଶା କରାଯାଉଛି ।

ସର୍ବାଧିକ ଚୌକା


ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ଚୌକା ରେକର୍ଡ ମାହେଲା  ଜୟବର୍ଦ୍ଧନେଙ୍କ ନାମରେ ରହିଛି । ଏଥର ବିରାଟ କୋହଲି ତାଙ୍କ  ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ଜୟବର୍ଦ୍ଧନେ ବିଶ୍ୱକପ୍‌ରେ  ମୋଟ୍‌ ୧୧୧ଟି ଚୌକା ମାରିଛନ୍ତି । କୋହଲି ଇତି ମଧ୍ୟରେ ୧୦୩ଟି  ଚୌକା ମାରି ସାରିଛନ୍ତି । ସେହିପରି ରୋହିତ ଶର୍ମା ୯୧ଟି ଚୌକା  ମାରିସାରିଛନ୍ତି ଓ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର  ଡେଭିଡ୍‌ ୱାର୍ଣ୍ଣର ମଧ୍ୟ ଚୌକା ରେକର୍ଡ ଭାଙ୍ଗିବା ପାଇଁ ଦୌଡରେ  ରହିଛନ୍ତି । ସେ ଇତି ମଧ୍ୟରେ ୮୬ଟି ଚୌକା ମାରିସାରିଛନ୍ତି । 

ସର୍ବାଧିକ କ୍ୟାଚ୍‌

ବିଶ୍ୱକପ୍‌ରେ ସର୍ବାଧିକ କ୍ୟାଚ୍‌ ରେକର୍ଡ ଦକ୍ଷିଣ ଆଫ୍ରିକାର ଏବି ଡି  ଭିଲର୍ସଙ୍କ ନାମରେ ରହିଛି । ସେ ମୋଟ୍‌ ୨୩ଟି କ୍ୟାଚ୍‌ ଧରିଛନ୍ତି ।  ଏଥର ୱାର୍ଣ୍ଣର ତାଙ୍କ ରେକର୍ଡ ଭାଙ୍ଗିପାରନ୍ତି । ୱାର୍ଣ୍ଣର ଇତି ମଧ୍ୟରେ  ୨୧ଟି କ୍ୟାଚ୍‌ ଧରିସାରିଛନ୍ତି । ରୋହିତ ଶର୍ମା ଓ ଗ୍ଲେନ ମ୍ୟାକ୍ସୱେଲ୍‌  ୧୬ଟି ଲେଖାଏଁ କ୍ୟାଚ୍‌ ଧରି ତୃତୀୟ ସ୍ଥାନରେ ରହିଛନ୍ତି । 

ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌



ବିରାଟ କୋହଲିଙ୍କ ନାମରେ ରହିଥିବା ଏହି ରେକର୍ଡକୁ ଏଥର  ବହୁ ଖେଳାଳି ଚ୍ୟାଲେଞ୍ଜ ଦେଇ ପାରନ୍ତି । ଏପରିକି ଫର୍ମରେ  ରହିଥିବା କୋହଲି ମଧ୍ୟ ନିଜ ରେକର୍ଡ ଭାଙ୍ଗିବା ସମ୍ଭାବନା  ରହିଛି । ଏଥର ବିଶ୍ୱକପ୍‌ରେ ୨୦ଟି ଦଳ ଭାଗ ନେଉଥିବାରୁ  ମ୍ୟାଚ୍‌ ସଂଖ୍ୟା ବୃଦ୍ଧି ପାଇଛି । ୨ଟି ଦଳ ଫାଇନାଲ୍‌ ଖେଳିବା  ପର୍ଯ୍ୟନ୍ତ ୯ଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ଫଳରେ କୋହଲିଙ୍କ  ରେକର୍ଡ ଭଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୪  ସଂସ୍କରଣରେ କୋହଲି ୬ଟି ମ୍ୟାଚ୍‌ରୁ ୩୧୯ ରନ୍‌ ସଂଗ୍ରହ  କରିଥିଲେ । ୧୦ବର୍ଷ ଧରି ଏହି ରେକର୍ଡ ଅତୁଟ ରହିଛି । 

୨୦୦୭ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ  ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ । ସେ ମୋଟ୍‌ ୨୬୫ ରନ୍‌ ସଂଗ୍ରହ  କରିଥିଲେ । ୨୦୦୯ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ତିଳକରତ୍ନେ  ଦିଲସାନ ୩୧୭ ରନ୍‌ ସଂଗ୍ରହ କରିଥିବାବେଳେ ୨୦୧୦ରେ  ଜୟବର୍ଦ୍ଧନେ ୩୦୨ ରନ୍‌, ୨୦୧୨ରେ ଅଷ୍ଟ୍ରେଲିଆର ସେନ  ୱାଟସନ୍‌ ୨୪୯ରନ୍‌, ୨୦୧୬ରେ ବାଂଲାଦେଶର ତାମିମ ଇକବାଲ୍‌  ୨୯୫ ରନ୍‌, ୨୦୨୧ରେ ପାକିସ୍ତାନର ବାବର ଆଜମ ୩୦୩  ରନ୍‌ ଓ ୨୦୨୨ରେ କୋହଲି ୨୯୬ ରନ ସଂଗ୍ରହ କରିଥିଲେ ।

 ଟ୍ରଫି ମୂଳପୋଛ ଲକ୍ଷ୍ୟରେ ଅଷ୍ଟ୍ରେଲିଆ


ପ୍ୟାଟ୍‌ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଏଥର ଟାଇଟଲ  ଜିତି ବିରଳ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ଅଷ୍ଟ୍ରେଲିଆ ଗତ ବର୍ଷ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଓ  ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲେ । ଏଥର ପ୍ରଥମ  ଦଳ ଭାବେ ଅଷ୍ଟ୍ରେଲିଆ ଟ୍ରଫି ମୂଳପୋଛ କରିପାରେ ।  କାରଣ କେବଳ ପୁରୁଷ ଟ୍ୱେଣ୍ଠି ବିଶ୍ୱକପ୍‌କୁ ଛାଡ଼ିଦେଲେ  ବର୍ତ୍ତମାନ ଆଇସିସିର ସମସ୍ତ ଟ୍ରଫି ଅଷ୍ଟ୍ରେଲିଆ ନିକଟରେ  ରହିଛି । ୧୯ବର୍ଷରୁ କମ୍‌ ବିଶ୍ୱକପ୍‌, ମହିଳା ଦିନିକିଆ ଓ  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଧ୍ୟ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିଅନ୍‌

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.