ନ୍ୟୁୟର୍କ,୦୭/୦୬: ଶୁକ୍ରବାର ଗ୍ରୁପ୍-ଏ’ର ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଓ ଆୟର୍ଲାଣ୍ଡ ପରସ୍ପରକୁ ଭେଟିବେ । ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛନ୍ତି । ତେଣୁ ପଏଣ୍ଟ ଖାତା ଖୋଲିବା ପାଇଁ ଉଭୟ ଦଳ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଅଭିଜ୍ଞତା ଦୃଷ୍ଟିରୁ ଆୟର୍ଲାଣ୍ଡ ଅପେକ୍ଷାକୃତ ଶକ୍ତିଶାଳୀ ମନେ ହେଉଥିଲେ ହେଁ କାନାଡ଼ା ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି । ପୂର୍ବ ରେକର୍ଡକୁ ଦେଖିଲେ ମ୍ୟାଚ୍ର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ପରସ୍ପରକୁ ୪ଥର ଭେଟିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।
ୟୁଏସଏ ବିପକ୍ଷରେ ପରାଜିତ ହୋଇଥିଲେ ହେଁ କାନାଡ଼ା ଦର୍ଶନୀୟ ବ୍ୟାଟିଂ କରି ୧୯୪ ରନ୍ ସଂଗ୍ରହ କରିଥିଲା । ମାତ୍ର ଆୟର୍ଲାଣ୍ଡର ବୋଲିଂ ବିପକ୍ଷରେ ବଡ଼ ସ୍କୋର କରିବା କଷ୍ଟକର ହେବ । ବାମ ହାତି ପେସ୍ ବୋଲର ଜୋସ ଲିଟିଲ ସମ୍ପ୍ରତି ଚମତ୍କର ଫର୍ମରେ ରହିଛନ୍ତି ।
କାନାଡ଼ାକୁ ହରାଇବାକୁ ହେଲେ ଆୟର୍ଲାଣ୍ଡକୁ ପ୍ରଥମେ ବ୍ୟାଟିଂ ବିଭାଗ ସୁଦୃଢ କରିବାକୁ ହେବ । ସିନିୟର ଖେଳାଳିମାନେ ଦାୟିତ୍ୱ ମୁଣ୍ଡାଇବା ଜରୁରି । ବିଶେଷ କରି ପଲ ଷ୍ଟର୍ଲିଂ, ଆଣ୍ଡି ବାଲବରିନ, ଲୋର୍କାନ ଟକ୍କର, ହ୍ୟାରୀ ଟେକ୍ଟର ପ୍ରମୁଖ ସଫଳ ହେଲେ ଆୟର୍ଲାଣ୍ଡର ବିଜୟ ସମ୍ଭବ ହୋଇପାରିବ ।
କାନାଡ଼ା: ଆରନ ଜନସନ, ନବନିତ ଧଲିୱାଲ, ପରଗତ ସିଂହ, ନିକୋଲାସ କିର୍ଟନ, ଶ୍ରେୟାସ ମୋଭା, ଦିଲପ୍ରୀତ ବାଜୱା, ସାଦ ବିନ ଜାଫର(ଅଧିନାୟକ), ଡିଲନ ହେଲିଗର, ନିଖିଲ ଦତ୍ତା, କଲିମ ସାନା, ଜେରେମି ଗର୍ଡନ ।
ଆୟର୍ଲାଣ୍ଡ: ପର୍ଲ ଷ୍ଟର୍ଲିଂ(ଅଧିନାୟକ), ଆଣ୍ଡି ବାଲବରିନ, ଲୋର୍କାନ ଟକ୍କର, ହ୍ୟାରୀ ଟେକ୍ଟର, କର୍ଟିସ କାମ୍ଫର, ଜର୍ଜ ଡକରେଲ, ଗ୍ୟାରେଥ ଡେଲାନି, ମାର୍କ ଆଡେୟର, ବ୍ୟାରୀ ମ୍ୟାକକାର୍ଥି, ଜୋସ ଲିଟିଲ, ବେନ ହ୍ୱାଇଟ୍ ।