ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପ୍ରସିଦ୍ଧ ତାମିଲ୍ ଅଭିନେତା ଡାନିଏଲ୍ ବାଲାଜୀଙ୍କ ଦେହାନ୍ତ, ୪୮ ବର୍ଷ ବୟସରେ ହୃଦଘାତ୍

ଚେନ୍ନାଇ, ୩୦/୦୩: ତାମିଲ୍ ଅଭିନେତା ଡାନିଏଲ୍ ବାଲାଜୀଙ୍କ ପରଲୋକ ହୋଇଛି । ଶୁକ୍ରବାର ହୃଦଘାତରେ ଡାନିଏଲଙ୍କ ମୃତ୍ୟୁ ହୋଇଛି । ଛାତିରେ ଯନ୍ତ୍ରଣା ପରେ ଡାନିଏଲ୍ ବାଲାଜୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ମାତ୍ର ୪୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ଡାନିଏଲଙ୍କ ଦେହାନ୍ତରେ ତାମିଲ୍ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ସିନେ ଅଭିନେତାରୁ ନେଇ ସିନେ ପ୍ରେମୀ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଡାନିଏଲଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି ।

ଡାନିଏଲ୍ ବାଲାଜୀ ତାଙ୍କ ଫିଲ୍ମ କ୍ୟାରିଅରର ଆରମ୍ଭ କମଲ ହାସନଙ୍କ ଫିଲ୍ମ ମାରୁଧନୟାଗମରୁ କରିଥିଲେ । ତେବେ ଫିଲ୍ମଟି ରିଲିଜ୍ ହୋଇ ପାରି ନଥିଲା । ଏହା ପରେ ସେ ଟିଭି ସିରିଏଲରେ କାମ କରିଥିବା ବେଳେ ‘ଚିଠି’ ଧାରାବାହିକ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା ।

ତାମିଲ୍ ସହ ମଲାୟଲମ୍ ଫିଲ୍ମରେ ଡାନିଏଲଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ଭେଟ୍ଟାୟାଡୁ ଭିଲାୟାଡୁ, ପୋଲାଧଭମ୍ ଓ ଭଡ଼ା ଚେନ୍ନାଇ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ କମଲ ହାସନ, ଥଲାପତି ବିଜୟ ଓ ସୂର୍ଯ୍ୟାଙ୍କ ଭଳି ନାମୀ ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର୍ କରିଛନ୍ତି । ଶେଷ ଥର ତାଙ୍କୁ ଅରିୟାଭନରେ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.