ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାରା ବାହିନୀ ପତିଙ୍କ ନାଁରେ ୱାରେଣ୍ଟ, ବ୍ରହ୍ମପୁର ସ୍ୱତନ୍ତ୍ର କୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ରେ ଗଲେ

ବ୍ରହ୍ମପୁର,୧୯/୦୪: କଂଗ୍ରେସ ବରିଷ୍ଠ  ନେତା ତଥା ଜୟପୁର ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀ ପତିଙ୍କ ନାମରେ ୱାରେଣ୍ଟ ଜାରି ପରେ ସେ ଗୁରୁବାର କୋର୍ଟରେ ହାଜର  ହୋଇଛନ୍ତି । ବ୍ରହ୍ମପୁର ଏଡିଜେ-୩ ତଥା ବିଧାୟକ ଓ ସାଂସଦଙ୍କ ପାଇଁ ଥିବା ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ । ଜଜ୍‌ ରାଜକୁମାର ଦାଶ ବାହିନୀପତିଙ୍କୁ ୫୦  ହଜାର ଟଙ୍କାର ୨ଟି ମୁଚାଲିକା ଓ ୧୦ ହଜାର  ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେବା ସହ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । 

ସୂଚନାରୁ ପ୍ରକାଶ, ୨୦୧୬ ମାର୍ଚ୍ଚ ୧୦ରେ  କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁରୁଣା ବୋରିଗୁମ୍ମା ମଣ୍ଡିପଡ଼ିଆରେ ତାରାଙ୍କ ନେତୃତ୍ୱରେ ଏକ ସଭା ହୋଇଥିଲା । ସରକାରୀ ସ୍ୱୀକୃତିପ୍ରାପ୍ତ ଦେଶୀ ମଦ ଭାଟି ବନ୍ଦ କରିବାକୁ ସେଠାରେ ନିଷ୍ପତ୍ତି ହୋଇଥିଲା । ପରେ ଶତାଧିକ ଲୋକ ସେଠାରେ ଥିବା ଏକ ଦେଶୀ ମଦ ଭାଟିରେ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲି ନଷ୍ଟ କରିବା ସହ ଭାଟିରେ ନିଆଁ ଲଗାଇ ଦେଇଥିଲେ । ଉକ୍ତ ଭାଟିରୁ ୭୫ ହଜାର ଟଙ୍କା ଲୁଟ କରି  ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭାଟି କର୍ମଚାରୀ ଅନୀଲ କୁମାର ଗୁପ୍ତା ଜୟପୁର ବିଧାୟକ ସମେତ ୨୧ ଜଣଙ୍କ ନାମରେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା  ରୁଜୁ କରି ତଦନ୍ତ କରିଥିଲା । ଏହି ମାମଲା ପୂର୍ବରୁ  ଜୟପୁର କୋର୍ଟରେ ବିଚାରଣା ଚାଲୁଥିଲା । ବ୍ରହ୍ମପୁରରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ପରେ  ମାମଲାଟି ବ୍ରହ୍ମପୁରସ୍ଥିତ ଏଡିଜେ-୩ ଅଦାଲତଙ୍କୁ  ସ୍ଥାନାନ୍ତର ହୋଇଥିଲା । ମାମଲାର ବିଚାରଣା  ଚାଲୁଥିବା ବେଳେ କୋର୍ଟରେ ହାଜର ହେବାକୁ  ସମନ୍‌ ଜାରି ହୋଇଥିଲା । ବାରମ୍ବାର ସମନ୍‌ ସତ୍ତେ୍ୱ  ଅଭିଯୁକ୍ତମାନେ ହାଜର ନହେବାରୁ ଅଦାଲତ  ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ।  ବିଧାୟକ ବାହିନୀପତି ଗୁରୁବାର ତାଙ୍କ ଓକିଲଙ୍କ  ଜରିଆରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.