ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଟା ମୋଟର୍ସ ନିଜର ବିଜନେସ୍‌କୁ ୨ଟି ଭାଗରେ ବାଣ୍ଟିବ, ସେୟାର ବଜାରରେ ଲିଷ୍ଟ ହେବ ଏହି ଦୁଇ କମ୍ପାନୀ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ର ପ୍ରସିଦ୍ଧ କମ୍ପାନୀ ଟାଟା ମୋଟର୍ସକୁ ନେଇ ବଡ଼ ଖବର ଆସିବାକୁ ଯାଉଛି। ଟାଟା ମୋଟର୍ସର ବୋର୍ଡ ସୋମବାର କମ୍ପାନୀର ବିଜନେସ ଅପରେସନ୍ସକୁ ୨ଟି ୟୁନିଟରେ ବାଣ୍ଟିବାକୁ ମଞ୍ଜୁରୀ ଦେଇଛି। କମ୍ପାନୀ ଆଗାମୀ ସମୟରେ ପାସେଞ୍ଜର ଭାଇକଲ୍ସ ଓ କମର୍ସିଆଲ ଭାଇକଲ୍ସ ବିଜନେସକୁ ଅଲଗା କରିବ। ଏହି କମ୍ପାନୀ ଗୁଡ଼ିକ ସେୟାର ବଜାରରେ ଲିଷ୍ଟ ହେବ। ଟାଟା ମୋଟର୍ସର ସେୟାର ସୋମବାର ସାମାନ୍ୟ ହ୍ରାସ ସହ ୯୮୭.୨୦ ଟଙ୍କାରେ ବନ୍ଦ ହୋଇଛି।

ଟାଟା ମୋଟର୍ସର ସବୁ ସେୟାର ହୋଲ୍ଡର୍ସଙ୍କର ଉଭୟ ଲିଷ୍ଟେଡ୍‌ କମ୍ପାନୀରେ ସମାନ ଭାବେ ପାର୍ଟନରସିପ୍ ରହିବ। ଅର୍ଥାତ୍‌ ଯାହା ପାଖରେ ମଧ୍ୟ ଟାଟା ମୋଟର୍ସର ସେୟାର ଅଛି, ତାଙ୍କୁ ଦୁଇ ଲିଷ୍ଟେଡ୍‌ କମ୍ପାନୀରେ ସମାନ ଭାବେ ସେୟାର ମିଳିବ। 

କମ୍ପାନୀ କହିଛି କି, ଡିମର୍ଜର ପରେ ଏକ ୟୁନିଟ୍ କମର୍ସିଆଲ ଭାଇକଲର ବିଜନେସ ଓ ଏହାସହ ଜଡ଼ିତ ନିବେଶକୁ ଦେଖିବ। ସେପଟେ ଦ୍ୱିତୀୟ କମ୍ପାନୀ ପାସେଞ୍ଜର ଭାଇକଲ ବିଜନେସ ଯେଉଁଥିରେ ଇଲେକ୍ଟ୍ରିକ୍‌ ଭାଇକଲ୍ସ , ଜାଗୁଆର ଓ ଲ୍ୟାଣ୍ଡ ରୋଭର ଓ ଏହା ସହ ଜଡ଼ିତ ଇନଭେଷ୍ଟମେଣ୍ଟ ସମ୍ଭାଳିବ।

ଟାଟା ମୋଟର୍ସ ସେୟାର ବଜାରକୁ ନେଇଥିବା ସୂଚନାରେ କହିଛି ପୂରା ପ୍ରକ୍ରିୟା ଏନସିଏଲଟି ମାଧ୍ୟମରେ ହେବ। ଡିମର୍ଜରର ପ୍ରୋସେସ ପୂରା ହେବାରେ ୧୨ରୁ ୧୫ ମାସର ସମୟ ଲାଗିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.