ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଏ ରାମ ମୋହନ ନାୟଡୁ, ମୋଦୀ ସରକାରରେ ହେବେ କମ୍ ବୟସର କ୍ୟାବିନେଟ ମନ୍ତ୍ରୀ, ଜାଣନ୍ତୁ...

ନୂଆଦିଲ୍ଲୀ,୯/୬ :  ମୋଦୀ ସରକାର ୩.୦ରେ ତେଲୁଗୁ ଦେଶମ ପାର୍ଟିର କୋଟେରୁ ଦୁଇ ସାଂସଦ ମନ୍ତ୍ରୀ ହେବେ । ଟିଡିପି ତରଫରୁ ଉଭୟ ସାଂସଦଙ୍କ ନାଁ ନିଶ୍ଚିତ କରାଯାଇଛି । ରାମ ମୋହନ ନାୟଡୁ କଂଜରାପୁ କ୍ୟାବିନେଟ ମନ୍ତ୍ରୀ ଏବଂ ଚନ୍ଦ୍ରଶେଖର ପେମ୍ମାସାନୀ ଆଜି ରାଜ୍ୟ ମନ୍ତ୍ରୀ ପଦର ଶପଥ ନେବେ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସିଟରୁ ତୃତୀୟ ଥର ନିର୍ବାଚିତ ହୋଇ ଆସିଥିବା ରାମ ମୋହନ ନାୟଡ଼ୁ(୩୬) ଏବେ ପର୍ଯ୍ୟନ୍ତ ସବୁଠାରୁ କମ୍ ବୟସର କ୍ୟାବିନେଟ ମନ୍ତ୍ରୀ ହେବେ । 

ରାମ ମୋହନ ନାୟଡ଼ୁଙ୍କ ଜନ୍ମ ନିମ୍ମାଡ଼ାରେ ୧୮ଡିସେମ୍ବର ୧୯୮୭ରେ ହୋଇଥିଲା । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଟିଡିପି ନେତା ୟେରନ ନାୟଡୁଙ୍କ ପୁଅ ଅଟନ୍ତି । ତାଙ୍କୁ ସାର୍ବଜନିକ ସେବା ଏବଂ ରାଜନୀତି ଉତ୍ତରାଧିକାର ସୂତ୍ରରେ ମିଳିଛି । ଯଦି ପାଠପଢା କଥା କହିବା ତେବେ ତାଙ୍କର ଆରମ୍ଭ ପାଠପଢା ଦିଲ୍ଲୀ ପବ୍ଲିକ ସ୍କୁଲ, ଆରକେ ପୁରମରେ କରିଥିଲେ । ଏହାପରେ ଆମେରିକାର ପୁରଡ୍ୟୁ ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରିକ ଇଞ୍ଜିନିୟରିଂ କରିଛନ୍ତି । ଏହାପରେ ଲାଗ୍ନ ଆଇଲ୍ୟାଣ୍ଡରୁ ଏମବିଏ କରିଛନ୍ତି ।

ସେ ସିଙ୍ଗାପୁରରେ କ୍ୟାରିୟର ଆରମ୍ଭ କରିଥିଲେ, ପରେ ୨୦୧୨ରେ କାର୍ ଦୁର୍ଘଟଣାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେ ରାଜନୀତିରେ ଆସିଥିଲେ ଏବଂ ୨୦୧୪ରେ ୨୬ବର୍ଷ ବୟସରେ ଶ୍ରୀକାକୁଲମରୁ ପ୍ରଥମର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୧୬ତମ ଲୋକସଭାରେ ଦ୍ବିତୀୟ ସବୁଠାରୁ କମ୍ ବୟସର ସାଂସଦ ହୋଇଥିଲେ ।

ରାମ ମୋହନ ନାୟଡ଼ୁଙ୍କୁ ଚନ୍ଦ୍ରବାବୁ ନାୟଡ଼ୁଙ୍କ ନିକଟତମ କୁହାଯାଏ । ତାଙ୍କୁ ଜଣାଯାଏ ବିଶେଷ କରି ୟେରନ ନାୟଡ଼ୁଙ୍କ ଭଳି ଟିଡିପି ମୁଖ୍ୟଙ୍କ ନିକଟତମ ବୋଲି । ଯେତେବେଳେ ଚନ୍ଦ୍ରବାବୁ ନାୟଡ଼ୁ ଗିରଫ ହୋଇଥିଲେ ସେହି କଠିନ ସମୟରେ ରାମ ମୋହନ ଦିଲ୍ଲୀରେ ଟିଡିପି ଚିଫଙ୍କ ପୁଅ ନାରା ଲୋକେଶଙ୍କ ସହ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । କାରଣ ରାମ ମୋହନ ପ୍ରାୟ ୯ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ ଆକ୍ଟିଭ ଥିଲେ ଏବଂ ତାଙ୍କର ଭିନ୍ନ ଭିନ୍ନ ଦଳରେ ସମ୍ପର୍କ ଥିଲା । ନାରା ଲୋକେଶଙ୍କ ସହ ମିଶି ସେ ଟିଡିପି ମୁଖ୍ୟଙ୍କ ଗିରଫ ବିପକ୍ଷରେ ଧାରଣା ଦେଇଥିଲେ । ଚନ୍ଦ୍ରବାବୁ ତାଙ୍କୁ ହିଁ ଦିଲ୍ଲୀର ସମସ୍ତ ଯାତ୍ରାରେ ତାଙ୍କ ସହ ରହିବାର ଭାର ଦେଇଥିଲେ ।

ରାମ ମୋହନ ନାୟଡ଼ୁଙ୍କୁ ୨୦୨୦ରେ ସାଂସଦ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିଭଳି ୨୦୨୪ରେ ନିଜ ସିଟରୁ ୩.୨୭ହଜାର ଭୋଟରେ ବିଜୟୀ ହୋଇଛନ୍ତି । ସେ ସଂସଦର କେତେକ ସମିତିର ସଦସ୍ୟ ରହିସାରିଛନ୍ତି । ଏଥିରେ କୃଷି, ପଶୁପାଳନ, ରେଲଓ୍ବେ, ଗୃହ ମାମଲା, ପର୍ଯ୍ୟଟନ ଏବଂ ସଂସ୍କୃତି ସମେତ କେତେକ ସମିତି ସାମିଲ ରହିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.