ନୂଆଦିଲ୍ଲୀ ୫/୯: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ମଜାଳିଆ ହୋଇଥାଏ ତ ଆଉ କିଛି ଶିକ୍ଷଣୀୟ । ଆଜି ଟିଚର୍ସ ଡେ ଅବସରରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିବା ପରେ ଆପଣ ନିଜ ହସ ରୋକିପାରିବେନି । ବାସ୍ତବରେ ଘଟଣାଟି କିଛି ଏମିତି । ଟିଚର୍ସ ଡେ ଅବସରରେ ପିଲାମାନେ ସେଲିବ୍ରେଟ୍ କରୁଥିଲେ । ସେହି ସମୟରେ ଜଣେ ଛାତ୍ର ଆସି ସ୍ନୋ ସ୍ପ୍ରେ କରି ଶିକ୍ଷକଙ୍କ ଉପରକୁ ଫୋପାଡିଦେଲା । ଏହା ପରେ ଶିକ୍ଷ ରାଗିଯାଇ ତାକୁ ଭିଡି ଆଣି ବହେ ଛେଚିଦେଲେ । ଭିଡିଓ ଦେଖି ସମସ୍ତେ କହୁଛନ୍ତି ସେହି ପିଲାକୁ ଗୁରୁଙ୍କ ଆଶୀର୍ବାଦ ମିଳିଗଲା ।
Happy teacher’s day 🤗❤️
— Bihar_se_hai (@Bihar_se_hai) September 5, 2023
pic.twitter.com/Gkrt5RCsWW
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି କେମିତି ସମସ୍ତେ ଉତ୍ସାହର ସହିତ ଟିଚର୍ସ ଡେ ପାଳନ କରୁଛନ୍ତି । କିନ୍ତୁ ସେଲିବ୍ରେଟ୍ କରି ଅତ୍ୟଧିକ ଏକ୍ସାଇଟେଡ୍ ହୋଇ ଜଣେ ଛାତ୍ର ଗୁରୁଙ୍କ ଉପରକୁ ସ୍ନୋ ସ୍ପ୍ରେ କରିଦେଉଛି । ଏହା ପରେ ଶିକ୍ଷକ ରାଗିଗଲେ । ସେହି ଛାତ୍ରକୁ ଭିଡିଆଣି ବହେ ଛେଚିଲେ । ଏହି ଭିଡିଓ ଦେଖିଲେ ଆପଣ ନିଜ ହସ ରୋକିପାରିବେନି । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଏହି ଭିଡିଓକୁ Bihar_se_hai ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଏହି ଟ୍ୱିଟକୁ ୪ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିଛି । ଏହି ପୋଷ୍ଟରେ ଅନେକ ଲାଇକ୍ସ ମିଳୁଛି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି କି ଏହା ହେଉଛି ପ୍ରକୃତ ଆଶୀର୍ବାଦ । ଗୁରୁଜୀଙ୍କ ଏମିତି ଆଶୀର୍ବାଦ ପାଇଁ ଲୋକେ ଧନ୍ୟ ହୋଇଯାନ୍ତି ।