ମୁମ୍ବାଇ ୨୭/୦୮ : ଆଗାମୀ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ବିସିସିଆଇ ପକ୍ଷରୁ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଟିମରେ ହର୍ମନପ୍ରୀତ କୌର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ମୃତି ମନ୍ଧନାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି।
ସେହିପରି ୧୫ ଜଣିଆ ସ୍କ୍ବଡରେ ଶେଫାଳି ବର୍ମା, ଦିପ୍ତୀ ଶର୍ମା, ଜେମିମା ରୋଡ୍ରିକ୍ସ, ରିଚା ଘୋଷ (ଓ୍ୱିକେଟ୍ କିପର), ୟସ୍ତିକା ଭାଟିଆ (ଓ୍ୱିକେଟ୍ କିପର) ପୂଜା ବସ୍ତ୍ରାକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲାନ୍ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲା, ସଞ୍ଜନା ସଞ୍ଜୀବନୀ ସ୍ଥାନ ମିଳିଛି। ସେଭଳି ରିଜର୍ଭ ଖେଳାଳି ଭାବେ ଉମା ଛେତ୍ରୀ (ଓ୍ୱିକେଟ୍ ରକ୍ଷକ), ତନୁଜା କଅଁର, ସାଇମା ଠାକୋର ରହିଛନ୍ତି।
ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ବିବାଦକୁ କେନ୍ଦ୍ର କରି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ଆଇସିସି ପରିବର୍ତ୍ତିତ କ୍ରୀଡ଼ାସୂଚୀ ଘୋଷଣା କରିଛି । ପୂର୍ବଭଳି ବାଂଲାଦେଶ ଆୟୋଜକ ରହିଛି ।
୧୦ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ସବୁ ଦଳକୁ ୨ଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍-ଏ’ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ୍, ୱେଷ୍ଟ ଇଣ୍ଡିଜ, ବାଂଲାଦେଶ ଓ ସ୍କଟଲାଣ୍ଡ ଗ୍ରୁପ୍-ବି’ରେ ରହିଛନ୍ତି।
ତେବେ ଘୋଷଣା ହୋଇଥିବା ଖେଳ ସୂଚୀ ଅନୁସାରେ ଦୁବାଇରେ ଦୁଇ ପରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଅକ୍ଟୋବର ୬ ତାରିଖରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅପରାହ୍ଣ ୩.୩୦ମିନିଟ୍ରେ ମ୍ୟାଚ୍ ଆରମ୍ଭ ହେବ । ଭାରତୀୟ ଦଳ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ଖେଳାଯିବ । ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ସାରଜାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ସେହିପରି ୬ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବ ।