ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ରକ୍ତଚାପ, ମଧୁମେହ ଆଶଙ୍କା କମାଉଛି ହୋଟେଲ

ଅପମିଶ୍ରଣ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି । ଏଭଳି ଏକ ଗମ୍ଭୀର ସ୍ଥିତିର ମୁକାବିଲା ଲାଗି ତେଲଙ୍ଗାନାର ୩ ବନ୍ଧୁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଏମାନେ ଏକ ହୋଟେଲ ଖୋଲିଛନ୍ତି, ଯେଉଁଠି ବ୍ୟଞ୍ଜନ ତାଲିକାରେ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ରହିଛି । ନଲଗୋଣ୍ଡା ଜିଲ୍ଲାର ନକରେକଲ ଟାଉନ୍‌ରେ ଏହି ହୋଟେଲ ଖୋଲିଛି । ୩ ସାଙ୍ଗଙ୍କ ମିଳିତ ପ୍ରାୟସରେ ଆରମ୍ଭ ହୋଇଥିବା ଏହି ଭୋଜନାଳୟରେ ମାଣ୍ଡିଆ, ଫକ୍ସଟେଲ ମିଲେଟ୍‌, ସୋରଘୁମ, ଆରାକ୍‌ ଭଳି ଅତ୍ୟନ୍ତ ସ୍ୱାସ୍ଥ୍ୟବର୍ଦ୍ଧକ ଉପାଦାନରେ ଖଶଦ୍ୟ ପ୍ରସ୍ତୁତ ହେଉଛି । 

ହୋଟେଲର ଅନ୍ୟତମ ମାଲିକ ପ୍ରବୀଣ କୁମାର କହିଛନ୍ତି,ଏଠାରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଦ୍ୱାରା ରକ୍ତଚାପ ଓ ମଧୁମେହ ଭଳି ଆଶଙ୍କା ହ୍ରାସ ପାଉଛି । ଲୋକଙ୍କୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ଲାଗି ଅନିଲ ଓ ଲଭନ୍‌ଙ୍କ ସହ ମିଶି ସେ ଏହି ନିଆରା ହୋଟେଲ ଖୋଲିଛନ୍ତି । ଏଠାରେ ଖୁବ୍‌ ଶସ୍ତାରେ ଟିଫିନ୍‌ ମିଳୁଛି । ମାଣ୍ଡିଆ, ମକା ସୋରଘୁମ, ବିରି ଡାଲି ଓ ଅନ୍ୟ ଉପାଦାନରେ ଟିଫିନ୍‌ ପ୍ରସ୍ତୁତ ହେଉଛି । ରକ୍ତଚାପ ଓ ମଧୁମେହ ପୀଡ଼ିତ ଅନେକ ଗ୍ରାହକ, ଖାସ୍‌କରି ଅବସରପ୍ରାପ୍ତ କର୍ମଚାରୀଙ୍କର ଏଠାରେ ଭିଡ଼ ଜମୁଛି । ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପ୍ରତିଦିନ ଟିଫିନ୍‌ ମିଳୁଛି ।

  • prameyanews
  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.