ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଲଙ୍ଗାନା ରାଜ୍ୟପାଳ ପଦରୁ ତାମିଲସାଇ ସୁନ୍ଦରାଜନଙ୍କ ଇସ୍ତଫା, ଲଢ଼ି ପାରନ୍ତି ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ, ୧୮/୦୩: ତେଲଙ୍ଗାନା ରାଜ୍ୟପାଳ ଓ ପୁଡୁଚେରି ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ତାମିଲସାଇ ସୁନ୍ଦରାଜନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତାମିଲସାଇ ସୁନ୍ଦରାଜନ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ହେଉଛି, ସେ ବିଜେପି ଟିକେଟରେ ତାମିଲନାଡ଼ୁରୁ ଲଢ଼ି ପାରନ୍ତି ଲୋକସଭା ନିର୍ବାଚନ ।

ଆଜି ସୋମବାର ତେଲଙ୍ଗାନାର ଜଗତିୟାଲ ଓ ତାମିଲନାଡ଼ୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ୍ ଶୋ ଓ ରାଲି କରିବାକୁ ଥିବା ବେଳେ ତାମିଲସାଇ ସୁନ୍ଦରାଜନ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ, ପିଏମ୍ ମୋଦିଙ୍କୁ ଜଣାଇ ଇସ୍ତଫା ଦେଇଛନ୍ତି ତେଲଙ୍ଗାନା ରାଜ୍ୟପାଳ ।

ଜଣେ ଅଧିକାରୀଙ୍କ ଅନୁସାରେ, ତାମିଲସାଇ ସୁନ୍ଦରାଜନ ତାମିଲନାଡ଼ୁ କିମ୍ବା ପୁଡୁଚେରିରୁ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି । ଚେନ୍ନାଇର କୌଣସି ଲୋକସଭା ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ଥିବା ମଧ୍ୟ କୁହା ଯାଉଛି ।

୨୦୧୯ରେ ତାମିଲନାଡ଼ୁ ବିଜେପି ସଭାପତି ଥିଲେ ତାମିଲସାଇ ସୁନ୍ଦରାଜନ । ପରେ ସେହିବର୍ଷ ସେପ୍ଟେମ୍ବରରେ ତାଙ୍କୁ ତେଲଙ୍ଗାନା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । କିଣର ବେଦୀ ପୁଡୁଚେରି ଉପରାଜ୍ୟପାଳ ଛାଡ଼ିବା ପରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ତାମିଲସାଇ ସୁନ୍ଦରାଜନ । ରାଜ୍ୟପାଳ ହେବା ପୂର୍ବରୁ ଦୀର୍ଘ ୨୦ ବର୍ଷ ହେଲା ସେ ବିଜେପି ସହ ଜଡ଼ିତ ଥିଲେ । ତାମିଲସାଇ ୨୦୧୯ ଲୋକସଭା ନିର୍ବାଚନରେ ଥୁଥୁକୁଡି ଆସନରୁ ଲଢ଼ି ହାରି ଯାଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.