ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ତାଙ୍କ ଉପରେ ରହିଥିବା ଅପରାଧିକ ମାମଲା ବି କମ୍ ନୁହେଁ...

ନୂଆଦିଲ୍ଲୀ: ଦେଶର ଦକ୍ଷିଣ ରାଜ୍ୟ ତେଲେଙ୍ଗାନା ପାଇଁ ଆଜି ଦିନଟି (ଡିସେମ୍ବର ୭) କିଛି ସ୍ବତନ୍ତ୍ର  । କାରଣ କେସିଆର ରାଜ୍ ଶେଷ ଆଉ କଂଗ୍ରେସ ରାଜ୍ ଆରମ୍ଭ । କଂଗ୍ରେସ ନେତୃତ୍ବରେ ତେଲେଙ୍ଗାନାକୁ ନିର୍ବାଚନରେ ବିପୁଳ ବିଜୟ ଦେଇଥିବା ରେବନ୍ତ ରେଡ୍ଡୀଙ୍କୁ ଦଳର ଶୀର୍ଷ ନେତୃତ୍ବ ମଧ୍ୟ ପୁରସ୍କାର ଦେଇଛନ୍ତି । ରେବନ୍ତ ରେଡ୍ଡୀ ଏବେ ରାଜ୍ୟର ଦାୟିତ୍ବ ସମ୍ଭାଳୁଛନ୍ତି । ଆଉ ଏବେ ତାଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ । ରେବନ୍ତ ରେଡ୍ଡୀ ଦୁଇଥର ନିର୍ବାଚନ ଜିତିଥିବା କେସିଆରଙ୍କ ହ୍ୟାଟ୍ରିକ ଉପରେ ନା କେବଳ ବ୍ରେକ ଲଗାଇଛନ୍ତି ବରଂ କଂଗ୍ରେସକୁ ୬୪ଟି ଆସନ ସହ ବହୁମତରେ ପହଞ୍ଚାଇ ଦେଇଛନ୍ତି । 

ସେପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ପାର୍ଟି ବିଆରଏସକୁ କେବଳ ୩୯ ଆସନ ମିଳିଛି । ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ କୌଣସି ଧନୀ ନେତାଙ୍କ ଠାରୁ ମଧ୍ୟ କମ୍ ନୁହଁନ୍ତି । ଏବେ ଆସନ୍ତୁ ଜାଣିବା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ରେବନ୍ତ ରେଡ୍ଡୀଙ୍କ ସମ୍ପତ୍ତି ବିଷୟରେ । ଆଉ ଏହା ସହ ଜାଣିବା ତାଙ୍କ ଉପରେ ରହିଥିବା ଅପରାଧିକ ମାମଲା ବିଷୟରେ । 

କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ନାମାଙ୍କନ ସମୟରେ ଆଫିଡେଭିଡରେ ଯେଉଁ ସୂଚନା ଦେଇଥିଲେ, ଏହା ଅନୁସାରେ ତାଙ୍କ ପାଖରେ ପାଖାପାଖି ୩୦ କୋଟି ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତି ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସେ ୧୩ ଲକ୍ଷ ୭୬ ହଜାର ୭ ଶହ ଟଙ୍କା ଆୟ କରିଛନ୍ତି । ଏହା ପୂର୍ବରୁ ୨୦୨୧-୨୨ରେ ସେ ୧୪ ଲକ୍ଷ ୩୧ ହଜାର ୫୮୦ ଟଙ୍କା ଆୟ କରିଥିଲେ । ରେବନ୍ତ ରେଡ୍ଡୀ ଏବଂ ତାଙ୍କ ପତ୍ନୀଙ୍କ ନାମରେ କିଛି ବ୍ୟବସାୟ ରହିଛି । ଏହା ବ୍ୟତୀତ ସେୟାର,ନଗଦ ଟଙ୍କା, ବ୍ୟାଙ୍କ ବାଲାନ୍ସ ଏବଂ ଅଳଙ୍କାର ମିଶାଇ ସ୍ଥାବର ସମ୍ପତ୍ତି ରହିଛି । ରେବନ୍ତ ରେଡ୍ଡୀଙ୍କ ନାମରେ ୨ କୋଟି ୧୮ ଲକ୍ଷ ୯୩ ହଜାର ୩୪୩ଟଙ୍କାର ଚଳନ ସମ୍ପତ୍ତି ରହିଥିବା ବେଳେ ପତ୍ନୀ ଗୀତା ରେଡ୍ଡୀଙ୍କ ନାମରେ ୨ କୋଟି ୯୨ ଲକ୍ଷ ୬୮ ହଜାର ୯ ଟଙ୍କାର ଚଳନ ସମ୍ପତ୍ତି ରହିଛି । 

ଅସ୍ଥାବର ସମ୍ପତ୍ତି କଥା ଯଦି ଆମେ କହିବା, ତେବେ ରେବନ୍ତଙ୍କ ନାମରେ ୮ କୋଟି ୬୨ ଲକ୍ଷ ୩୩ ହଜାର ୫୬୭ ଟଙ୍କାର ସମ୍ପତ୍ତି ରହିଛି । ସେହିଭଳି ପତ୍ନୀଙ୍କ ନାମରେ ୧୫ କୋଟି ୨ ଲକ୍ଷ ୬୭ ହଜାର ୨୨୫ ଟଙ୍କାର ସମ୍ପତ୍ତି ରହିଛି । ଅନ୍ୟପକ୍ଷରେ ସ୍ବାମୀ-ସ୍ତ୍ରୀ ଉଭୟଙ୍କ ନାମରେ ୧ କୋଟି ୯୦ ଲକ୍ଷ ୨୬ ହଜାର ୩୩୯ ଟଙ୍କା ରହିଛି । 

ରେବନ୍ତଙ୍କ ସମ୍ପତ୍ତି ବାବଦରେ ତ ଜାଣିଲେ, ଏବେ ଆସନ୍ତୁ ଜାଣିବା ତାଙ୍କ ଉପରେ ଥିବା ଅପରାଧିକ ମାମଲା ବାବଦରେ । ରେବନ୍ତଙ୍କ ଉପରେ ପ୍ରାୟ ୮୯ ଅପରାଧିକ ମାମଲା ରହିଛି । ଏଗୁଡିକ ମଧ୍ୟରେ ୩୪ ଟି ମାମଲା ଆଇପିସିର ଧାରା ୫୦୬ ଅଧିନରେ ପଞ୍ଜିକୃତ ହୋଇଛି । ସେହିଭଳି ୩୮ ଟି ମାମଲା ଧାରା ୫୦୪ ଅଧିନରେ ପଞ୍ଜିକୃତ ହୋଇଛି । ରେବନ୍ତଙ୍କ ଉପରେ ଯେଉଁ ଧାରା ଲାଗିଛି ତାହା ଶାନ୍ତି ଭଙ୍ଗ କରିବା ସହ ଜାଣିଶୁଣି ଅପମାନିତ କରିବା । କେବଳ ଏତକି ନୁହେଁ ୨୧ ଟି ମାମଲା ଧାରା ୧୫୩ ଅଧିନରେ ରୁଜୁ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.