ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ସରକାରଙ୍କ ସ୍ପଷ୍ଟୀକରଣ, ନିୟମ ଅନୁସାରେ ହୋଇଛି ଟେଲିକମ ଟାରିଫ ପରିବର୍ତ୍ତନ

ନୂଆଦିଲ୍ଲୀ,୦୮/୦୭: ନିକଟରେ  ରିଲାଏନ୍ସ ଜିଓ, ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନି ଟେଲିକମ ଟାରିଫ ବୃଦ୍ଧି କରିଛନ୍ତି । ବିନା କୌଣସି ବାଧାରେ ଏହି କମ୍ପାନିଗୁଡିକ ମନଇଛା ଦର ବଢ଼ାଇଥିବା ଅଭିଯୋଗ ଆସିଛି । ତେବେ ଏହାକୁ ସରକାର ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛନ୍ତି । 

ସରକାର  ସ୍ପଷ୍ଟୀକରଣ ରେ କହିଛନ୍ତି, ଯାହା କିଛି  ବି ହୋଇଛି ଟ୍ରାଇର ନିୟମ ଅନୁସାରେ  ହୋଇଛି । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ନିୟାମକ ଫ୍ରେମୱାର୍କ  ଅନୁସାରେ ବଜାର ସ୍ଥିତିକୁ ଦେଖି ବିଭିନ୍ନ ନିଷ୍ପତ୍ତି ନିଆଯାଇଥାଏ । ଟ୍ରାଇ ଗୋଚରରେ ମୁକ୍ତ ବଜାର ନିଷ୍ପତ୍ତି ହୋଇଥାଏ । ଏ କ୍ଷେତ୍ରରେ ସରକାର କୌଣସି ହସ୍ତକ୍ଷେପ କରିନଥାନ୍ତି । ମୋବାଇଲ ଟାରିଫ ବଢ଼ାଇବାକୁ ଟେଲିକମ ସେବା ଯୋଗାଣକାରୀ କମ୍ପାନିଗୁଡିକ ପ୍ରସ୍ତାବ ଦେଲେ ଏହାକୁ ଟ୍ରାଇ ତର୍ଜମା କରିଥାଏ ।  ନିୟାମକ ଫ୍ରେମୱାର୍କ ଅନୁସାରେ ଏହାର ପରିବର୍ତ୍ତନ ମଧ୍ୟ କରାଯାଇଥାଏ । ଟେଲିକମ ସେବା ପ୍ରଦାନକାରୀ କମ୍ପାନିଗୁଡିକ ୨ ବର୍ଷ ପରେ ଟାରିଫ ବୃଦ୍ଧି କରିଛନ୍ତି । 

୫ଜି ସେବା ଆଣିବା ପାଇଁ କମ୍ପାନି ବଡ  ଧରଣର ନିବେଶ କରିଛନ୍ତି । ଏହା ଦ୍ୱାରା  ଦେଶରେ ମଧ୍ୟବର୍ତ୍ତୀକାଳନୀ ମୋବାଇଲ  ସ୍ପିଡ୍‌ ୧୦୦ ଏମ୍‌ବିପିଏସ୍‌କୁ ବୃଦ୍ଧି ହୋଇଛି ।  ଭାରତ ଏ କ୍ଷେତ୍ରରେ ୧୧୧ ତମ ସ୍ଥାନରୁ  ୧୫କୁ ଉନ୍ନିତ ହୋଇଛି । ଗ୍ରାହକଙ୍କ ସ୍ୱାର୍ଥରକ୍ଷା  ସହ ଟେଲିକମ କ୍ଷେତ୍ରର ଅଭିବୃଦ୍ଧିକୁ ମଧ୍ୟ  ଧ୍ୟାନରେ ରଖାଯାଇଛି । ଟେଲିକମ କ୍ଷେତ୍ରର  ଆର୍ôଥକ ସ୍ଥିରତା ବଜାୟ ରହିବା ମଧ୍ୟ  ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.