ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ

ଭୁବନେଶ୍ୱର, ୧୭/୦୪ : ବାରିପଦାରେ ୪୩.୬ ଡିଗ୍ରୀ, ତାଳଚେର୍‌ରେ ୪୨, ଭୁବନେଶ୍ୱରରେ ୪୧.୯ ଡିଗ୍ରୀ ସେଲ୍‌ସିୟସ୍‌- ଉପକୂଳରୁ ଦକ୍ଷିଣ, ଉତ୍ତର, ପଶ୍ଚିମ, ଆଭ୍ୟନ୍ତରୀଣ ସାରା ଓଡ଼ିଶା ମଙ୍ଗଳବାର ଜଳିଲା ହୁତ୍‌ ହୁତ୍‌ । ଆସନ୍ତାକାଲି ଠାରୁ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଆହୁରି ଭୟଙ୍କର ହେବ । ୪ ଦିନ ଯାଏ ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବ ଗ୍ରୀଷ୍ମ ପ୍ରବାହ । ୧୮ ଓ ୧୯ ତାରିଖରେ ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଡେଇଁଯିବ ଦିନ ତାପମାତ୍ରା । ଅବିରତ ନିଆଁ ବର୍ଷା ଲାଗି ରହିବ । ରାତିରେ ମିଳିବ ନାହିଁ ଆଶ୍ୱସ୍ତି । ତତଲା ହାୱା ପ୍ରବାହିତ ହେବ । ଏମିତି ଭୟାନକ ସତର୍କ ଘଣ୍ଟି ବଜାଇଛି ପାଣିପାଗ ବିଭାଗ । 

ମାରି ଦେବ ସୂର୍ଯ୍ୟଦେବଙ୍କର ଏ କୋପ... ମଙ୍ଗଳବାର ସକାଳ ୯ଟାରୁ ବାରିପଦାରେ ଡହ ଡହ ଖରା ହେଉଥିଲା । ୧୦ଟା ପରେ ତତଲା ସହ ମାଡ଼ି ଆସିଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ପୂରା ଓଡ଼ିଶା ତତଲା ପିଣ୍ଡ ପାଲଟିଥିଲା । ଏଭଳି ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହରେ ଲୋକେ ଛଟପଟ ହୋଇ ଯାଇଛନ୍ତି । ସମ୍ବଲପୁରରେ ଅଂଶୁଘାତ ଗୋଟିଏ ଜୀବନ ବି ନେଇଛି । ସମ୍ବଲପୁର ରେଢ଼ାଖୋଲ ମୁଚିବାହାଲ ପଞ୍ଚାୟତ ସାଇବେଣୀ ଗାଁରେ ଭତ୍ତା ଟଙ୍କା ପାଇଁ ପଞ୍ଚାୟତ ଅଫିସ୍‌କୁ ଯାଇଥିବାବେଳେ ୬୮ ବର୍ଷୀୟ ସନ୍ତୋଷ ମହାନନ୍ଦ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ରେଢ଼ାଖୋଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି କୁହାଯାଉଛି । ରାଜଧାନୀ ଭୁବନେଶ୍ୱରରେ ୭ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୩ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଝାରସୁଗୁଡ଼ା ଷ୍ଟେସନରେ ଜଣେ ଯାତ୍ରା ଟ୍ରେନ୍‌ରେ ଯାଉଥିବାବେଳେ ପ୍ରବଳ ଗରମ ଯୋଗୁ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିରରେ ଜଣେ ପର୍ଯ୍ୟଟକ ବେହୋସ ହୋଇ ପଡ଼ିଥିଲେ ପ୍ରଚଣ୍ଡ ଖରାରେ । ଆହୁରି ଅନେକ ସ୍ଥାନରେ ଲୋକେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଏକାଧିକ ସ୍କୁଲରେ ପ୍ରବଳ ତାତି ଯୋଗୁ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି । ତାତି ବିପଜ୍ଜନକ ଭାବେ ବଢ଼ୁଥିବାରୁ ତୁରନ୍ତ ସ୍କୁଲ ଛୁଟି ଘୋଷଣା କରିବାକୁ ଅଭିଭାବକମାନେ ଦାବି କରିଛନ୍ତି । 

ପୂର୍ବାନୁମାନ କହୁଛି, ବୁଧବାର ବାରିପଦା, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧରେ ତାତି ୪୩ ଡିଗ୍ରୀ ଛୁଇଁପାରେ । ୧୮ରେ ଟିଟିଲାଗଡ଼, ବୌଦ୍ଧ ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁବା ସହ ତତଲା ଅଞ୍ଚଳ ପାଲଟିବ । ସୋନପୁର, ମାଲକାନଗିରି ଓ ବାରିପଦାରେ ତାତି ୪୪ ଡିଗ୍ରୀ ଛୁଇଁବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବି ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମଲହରୀ ବହିବ । ୧୯ ତାରିଖରେ ମାଲକାନଗିରି, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ ଭବାନୀପାଟଣାରେ ତାତି ୪୫ ଡିଗ୍ରୀ ଛୁଇଁଯିବ । ବାରିପଦା, ନୂଆପଡ଼ା, ସୋନପୁରରେ ୪୪ ଛୁଇଁବ । ୨୦ରେ ବି ତାତି କମିବାର ସମ୍ଭାବନା ଦିଶୁନି, ସେମିତି ଜଳିବ । ୧୭ରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ବହିପାରେ । ଉପକୂଳ ଓଡ଼ିଶାର ସବୁ ସ୍ଥାନରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୮ ଓ ୧୯ରେ ବି ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବହିବ । ବାରିପଦା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଦିନ ତାପମାତ୍ରା ତାପମାତ୍ରା ସର୍ବାଧିକ ୪୩.୬ ଡ଼ିଗ୍ରୀ ରେକର୍ଡ ହୋଇଛି । ଏଠାରେ ତାତି ସ୍ୱାଭାବିକଠାରୁ ପ୍ରାୟ ସାଢ଼େ ୫ଡିଗ୍ରୀ ଅଧିକ ରହିଥିଲା । 

୨୯ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ବା ଅଧିକ ରେକର୍ଡ ହୋଇଛି । ୧୮ ସହରରେ ଆଜି ତାତି ୪୧ ଡିଗ୍ରୀ ବା ଅଧିକ ରହିଛି । ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୪୨.୪, ତାଳଚେର ଓ ବୌଦ୍ଧରେ ୪୨ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବି ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହୋଇଛି । ଏଠାରେ ତାପମାତ୍ରା ୪୧.୯ ଡିଗ୍ରୀ ରହିଥିଲା । ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିଲା । ପ୍ରଚଣ୍ଡ ତାତିକୁ ନେଇ ପାଣିପାଗ ବିଭାଗ ଲୋକଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେଇଛି । ସାଧାରଣ ଲୋକଙ୍କ ପାଇଁ ଉତ୍ତାପ ସହନଶୀଳ ହୋଇଥିଲେ ବି ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ବିପଦ ପାଲଟିପାରେ । ଆବଶ୍ୟକ ନ ଥିଲେ ୧୧ଟା ରୁ ଦିନ ୩ଟା ଯାଏ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଗରମ ଓ ଗୁଳୁଗୁଳି ପ୍ରଭାବରେ ଦେହ ହାତ ଫଳିଯିବା, ଅସୁସ୍ଥ ବା ଅଣନିଶ୍ୱାସୀ ଅନୁଭବ ହୋଇପାରେ । ଏଥିପାଇଁ ଲମ୍ବା ସମୟ ପାଇଁ ତାତିରୁ ଦୂରେଇ ରହିବା, ହାଲୁକା ଇଷତ୍‌ ରଙ୍ଗର ସୂତା ପୋଷାକ ପିନ୍ଧିବା, ମୁଣ୍ଡକୁ ଘୋଡାଇବା, ଓଦା କପଡା ପିନ୍ଧି ବାହାରକୁ ଯିବା, ଟୋପି ବା ଛତା ବ୍ୟବହାର କରିବା, ଡିହାଇଡ୍ରେସନରୁ ରକ୍ଷା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା, ମଦ୍ୟପାନ, ଚା, କଫି ଓ କାର୍ବୋନେଟେଡ୍‌ ମୃଦୁ ପାନୀୟରୁ ଦୂରେଇ ରହିବା, ଉଚ୍ଚ ପ୍ରୋଟିନ୍‌ଯୁକ୍ତ ଖାଦ୍ୟରୁ ଦୂରେଇ ରହିବା, ୧୧ ଟାରୁ ୩ ଟା ଭିତରେ ନିର୍ବାଚନ ସମାବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । 

  • prameyanews
  • PrameyaOdia
  • prameya
  • Heat Wave
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.