ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା,୧୧।୭: କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ଫକିରାବାଦ ଜେନା ସାହିରେ ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି l ମୃତ ଦମ୍ପତି ହେଲେ କାର୍ତ୍ତିକ ଜେନା(୨୫) ଓ ପିଙ୍କି ଜେନା (୨୧)।

ଫକିରାବାଦ ଜେନା ସାହିରେ ଘର ଭିତରୁ  କାର୍ତ୍ତିକ ଜେନା (୨୫) ଓ ପିଙ୍କି ଜେନା ନିଜ ଶୋଇବା ଘର କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗି ଫ୍ୟାନ ରେ ଉଭୟ ଙ୍କୁ ଝୁଲୁଥିବାର ଦେଖିବାକୁ ପାଇଥିଲେ l ତେବେ ମୃତ୍ୟୁ ପଛରେ କଣ କାରଣ ରହିଛି ତାହା ଜଣାପଡ଼ି ନାହିଁ l କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ପ୍ରେମ ବିବାହ କରିଥିଲେ l କିନ୍ତୁ ଏକ ଦୁର୍ଘଟଣାରେ କାର୍ତ୍ତିକ ନିଜର ଚଳନ ଶକ୍ତି ହରାଇବା ପରେ ଅଭାବ ଅସୁବିଧାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା l ପୋଲିସ ଉଭୟଙ୍କ ମୃତଦେହ ଜବତ୍ କରି ତଦନ୍ତ ଆରମ୍ଭ କରିଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.