ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜରାଜୀର୍ଣ୍ଣ ଶତାୟୁ ଇନ୍ଦ୍ରାବତୀ ସେତୁ, ଐତିହାସିକ ଲୌହପୋଲକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ଦାବି

ନବରଙ୍ଗପୁର, ୨୯/୦୫ : ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ଉପରେ ରହିଛି ବିଟ୍ରିଶ ଅମଳର ଲୁହା ସେତୁ । ରଜାରାଜୁଡା ଓ ବିଟ୍ରିଶ ଶାସନର ଏହା ହେଉଛି ମୁକ ସାକ୍ଷୀ । ସ୍ୱାଧୀନତା ଆନ୍ଦୋଳନକୁ ଦେଖିଛି । ନବରଙ୍ଗପୁର ଅଞ୍ଚଳର ୧୦୦ବର୍ଷର ଇତିହାସ ସହ ଏହି ସେତୁ ଯୋଡ଼ି ହୋଇରହିଛି । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଶତାବ୍ଦୀର ଇତିହାସ ବହନ କରୁଥିବା ଏହି ସେତୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହାର ମରାମତି ସହିତ ଏଠାରେ ଭିତ୍ତିଭୂମି ବିକାଶ କରାଗଲେ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇପାରିବ ବୋଲି ବୁଦ୍ଧୀଜୀବୀ କହିଛନ୍ତି ।  

ପ୍ରକାଶଥାଉକି, ତତ୍କାଳୀନ ବିଟ୍ରିଶ ସରକାର ପଶ୍ଚିମ ଓଡିଶା ସହିତ ଦକ୍ଷିଣ ଓଡିଶାକୁ ଯୋଡିବା ପାଇଁ ୧୯୦୫ ମସିହାରେ ଇନ୍ଦ୍ରାବତୀ ନଦୀ ଉପରେ ଲୁହାର ସେତୁ ନିର୍ମାଣ କରିଥିଲେ । ବର୍ତ୍ତମାନ ଏହି ସେତୁକୁ ୧୧୯ ବର୍ଷ ବିତିଗଲାଣି । ବିପଦସଙ୍କୁଳ ଅବସ୍ଥାକୁ ଏହା ଚାଲିଆସିବା ପରେ ସରକାର ଇନ୍ଦ୍ରାବତୀ ନଦୀ ଉପରେ ଏକ ନୂଆ ସେତୁ ନିର୍ମାଣ କଲେ । ଏବେ ଏହି ଐତିହାସିକ ସେତୁ ଉପରେ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବର୍ତ୍ତମାନ ନବରଙ୍ଗପୁର ସହରବାସୀଙ୍କୁ ଏହି ସେତୁ ପାନୀୟଜଳ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ନଦୀ ଆରପଟେ ଇନ୍‌ଟେକ୍‌ ୱେଲ ଥିବାରୁ ସେଠାରୁ ପାଣି ଯୋଗାଣ ପାଇଁ ସେତୁ ଉପର ଦେଇ ପାଣି ପାଇପ୍‌ ଲଗାଯାଇଛି। ଅନ୍ୟପକ୍ଷେ ଏହି ଶତାୟୁ ସେତୁ ଏବେ ପର୍ଯ୍ୟଟକଙ୍କ ସେଲ୍‌ଫି ପଏଣ୍ଟ ସାଜିଛି । ସେତୁ ଉପରେ ଚଲାବୁଲା କରିବା ସହିତ ନଦୀ ଓ ଆଖପାଖ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତିଦିନ ସହରବାସୀଙ୍କ ଠାରୁ ଆରମ୍ଭ କରି ବାହାର ଲୋକ ମଧ୍ୟ ଏଠାକୁ ଆସୁଛନ୍ତି । ସେତୁଟି କୌଣସି ପର୍ଯ୍ୟଟନ ସ୍ଥଳିରୁ କମ୍‌ ନୁହେଁ । 

ରାଜ୍ୟ ସରକାର ଏହି ଶତାୟୁ ସେତୁର ମରାମତି କରିବା ସହିତ ଏଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କଲେ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇ ପାରିବ ବୋଲି ବୁଦ୍ଧୀଜୀବୀ କହିଛନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶରେ ବିଟ୍ରିଶ ଅମଳ ଏଭଳି ପୁରୁଣା ସେତୁକୁ ସେଠାକାର ସରକାର ପର୍ଯ୍ୟଟନସ୍ଥଳିରେ ପରିଣତ କରି ଲୋକଙ୍କୁ ଆକୃଷ୍ଟ କରିବା ସହ ରାଜସ୍ୱ ଆଦାୟ କରୁଛି । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଶତାୟୁ ଇନ୍ଦ୍ରାବତୀ ସେତୁର ପୁନରୁଦ୍ଧାର କରିବା ପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.