ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝରିଆଗୁଡାରେ ସୁନ୍ଦର ଭୀମା ଦେବତାଙ୍କ ବାଲିଯାତ୍ରା

କୋକସରା(ଆପ୍ର)୩୧/୦୩ ; ଆଦିବାସୀ ପରମ୍ପରାରେ ମାଟି ମା’  ସ୍ଥାନ ସର୍ବାଗ୍ରେ। ଯେ କୌଣସି ଶୁଭ କାର୍ଯ୍ୟ ପ୍ରାରମ୍ଭ ରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଗ୍ରାମବାସୀ ମାନେ ମାଟି ମା’ କୁ ସୁମରଣା କରି ସମସ୍ତ କାର୍ଯ୍ୟ ଆରମ୍ଭ କରନ୍ତି। କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମରେ ପାଳିତ ହୋଇଯାଇଛି ସୁନ୍ଦର ଭୀମା ଦେବତା  ବାଲିଯାତ୍ରା । ଦୀର୍ଘ ୫୩  ବର୍ଷ ଅନ୍ତରାଲ ରେ ଝରିଆଗୁଡା ଗ୍ରାମ ରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗତ ବର୍ଷ ଅକ୍ଟୋବର ମାସ ବିଜୟା ଦଶମୀ ରୁ ଏହା ଆରମ୍ଭ ହୋଇ ରବିବାର ପୋଢ଼ ବଳି ସହ ଉଦଯାପିତ ହୋଇଯାଇଛି। ଏହା ଏକ କୃଷି ଭିତ୍ତିକ ପର୍ଵ ହୋଇଥିବା ବେଳେ ଗାଁ ରେ ଭଲ ଫସଲ,ଗାଁ ର ସୁଖ ସମୃଦ୍ଧି,ରୋଗ ଦୂର ସହ ଗାଁ ର ଦେବାଦେବୀ ଙ୍କ ଶୁଭଦୃଷ୍ଟି ଓ ମଙ୍ଗଳାକାମନା କରି ଏହି ପର୍ଵ ପାଳନ କରାଯାଏ। ବାଲିଯାତ୍ରା ପର୍ବ  ବଂଶାନୁଗତିକ ଭାବେ ପାଳନ ହୋଇ ଆସୁଥିବା ବେଲେ ଆଦିବାସୀ ପରମ୍ପରା ଓ ମାନସିକତାରେ ଏକ ପ୍ରମୁଖ ଭୁମିକା ରହିଛି।।

ଝରିଆଗୁଡା ଗ୍ରାମ୍ୟ ବାଲିଯାତ୍ରା ପୂଜା କମିଟି ଆୟୋଜନ ରେ  ବାଲିଯାତ୍ରା ର ମୁଖ୍ୟ ପୁରୋଧା ଗୁରୁମେ ଙ୍କ ନିର୍ଦେଶ କ୍ରମେ ସୁନ୍ଦର ଭିମା ଦେବତା ଙ୍କ ପାଇଁ ଗ୍ରାମ ର ପୂଜାସ୍ଥଳୀ ରେ ଏକ ଅସ୍ଥାୟୀ ଗୁଡି ସ୍ଥାପନା କରାଯାଇଥାଏ। ଗୁରୁମେ ଦିର୍ଘ ମାସ ଧରି  ପୁଝାରି ଡୁମା, ଧନବନ୍ତ ଭିମା,କନ୍ଧେନ ରାଣି,ପିଲା ଭିମା, ପାଟରାଣୀ, ଡୁମେର ରାଣୀ, ମଡିଆ ରାଣୀ,ବେଳମତି,ଫୁଲମତି,କାନ୍ଦରୀ,ଲାଡ଼ଳୀ,ଜଳକେଳି, ଗୋପବାଲି, ନିଆଳି ମଲ୍ଲି, ଭଣ୍ଡାର ମାଉଳି, ଭାଏସାଲ ମାଝୀ,ମାନ ପୁରେନ,ପର ଦେଶେନ,ବିର ମାଝୀ ମା, ଠାକୁରାଣୀ, ଲଙ୍କେଶ୍ୱରୀ, ଧାରଣୀ, ପାଟ ଧାରଣୀ, ଲଦାଲଦେନ, ବହଲେନ ମାଉଳି, ଠୁଟି ମାଉଳି ଗ୍ରାମ ଦେବାଦେବୀ ଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରିବା ପରେ ଭିମା ଦେବତା ଙ୍କ ଜନ୍ମ ହୋଇଥିଲା। ସୁନ୍ଦରା ଭିମା ଯୁବା ବୟସରେ ଉପନୀତ ହେବାପରେ ଗତ ଶନିବାର  ଭିମା ଦେବତା ଙ୍କ ବିବାହ କନ୍ଧେନ ଦେବୀ ଙ୍କ ସହ ଅନୁଷ୍ଠିତ ହୋଇଥିଲା। ରବିବାର ଶେଷ ଦିନ ରେ ମାଟି ମା’ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ପୋଢ଼ କୁ ଗ୍ରାମ ପୁଜକ ଓରାଚନ ପୁଝାରିଙ୍କ ଘରୁ ପୂଜାର୍ଚ୍ଚନା କରି,ପୋଢ଼ ଦେହରେ ନୂତନ ଶୁକ୍ଳ ରଙ୍ଗର ବସ୍ତ୍ର ଓ ମନ୍ଦାର ଫୁଲ ମାଲ ଦେଇ ଗାଁ ଗୌନ୍ତିଆ ଯୁଧିଷ୍ଠିର ନାଏକ ତତ୍ୱାବଧାନ ରେ ଶହ ଶହ ସଂଖ୍ୟକ ଗ୍ରାମବାସୀ ମାନେ ବାଜା ବଜାଇ ନାଚି,ନାଚି ବଳି ପଡ଼ିବାକୁ ଥିବା ପୋଢ଼ କୁ  ଗ୍ରାମ ରେ ପରିକ୍ରମା କରାଇଥାନ୍ତି। ଗାଁ ଗୌନ୍ତିଆ, ଗଣ୍ଡା ଘର କୁ ନେଇ ପୂଜାର୍ଚ୍ଚନା କରିବା ପରେ ଗ୍ରାମ  ରେ ପରିକ୍ରମା କରାଇ ଗାଁ ନିକଟସ୍ଥ ଏକ ପଡ଼ିଆ କୁ ନେଇ ଗ୍ରାମ୍ୟ ପୁଜକ ଙ୍କ ପୂଜା ପରେ ପୋଢ଼ କୁ ବଳି ଦେଇ ମାଟି ଦେବତା ଙ୍କୁ ଅର୍ପଣ କରିଥିଲେ।ପରେ ମୃତ ପୋଢ଼ ର ଅଂଶବିଶେଷ କୁ ପୂର୍ବରୁ ଖୋଲା ଯାଇଥିବା ଗାତ ରେ ପୋତି ଦିଆ ଯାଇଥିଲାପୂଜା କମିଟି ର ସଭାପତି ଜୟଲାଲ ନାଏକ, ସମ୍ପାଦକ ରାଜ କିଶୋର ସାହୁ, ଉପ ସଭାପତି କୁରୁକ୍ଷେତ୍ର ପାଣିଗ୍ରାହୀ, ମୁକୁନ୍ଦ ପଟ୍ଟନାୟକ, ଅଚ୍ୟୁତାନନ୍ଦ ମାଝୀ, ଜିତେନ୍ଦ୍ର ନାଏକ,ଅରବିନ୍ଦ ପଟ୍ଟନାୟକ,ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ,ବାବୁ ସାହୁ, ଗଗନ ପଟ୍ଟନାୟକ ସମେତ ସ୍ୱାମୀ ବିବେକାନନ୍ଦ ୟଙ୍ଗ କ୍ଲବ ର ସଦସ୍ୟ ଓ ଝରିଆଗୁଡା ଗ୍ରାମବାସୀ ମାନେ ବାଲିଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.