ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଙ୍ଗଲରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଘଟଗାଁ, ୧୬।୫ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟ ଜଂଗଲରେ ସାହାରପଡା ବ୍ଲକର କନିଷ୍ଠଯନ୍ତ୍ରୀ ଚନ୍ଦ୍ର ହାସ୍ୟ ନାୟକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଚନ୍ଦ୍ରହାସ୍ୟଙ୍କ ଘର ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳର ହୋଇଥିବା ବେଳେ ସେ ସାହାରପଡା ବ୍ଳକରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ଏବଂ ଘଟଗାଁ ସୌଭାଗ୍ୟନଗରରେ ଏକ ଭଡାଘରେ ରହୁଥିଲେ। 

ତେବେ ସେ ଗତକାଲି ଘଟଗାଁ ଗ୍ରାମର ୩ଜଣ ଯୁବକଙ୍କ ସହିତ ଏକ ବାଇକ ଯୋଗେ କୌଣସି କାମରେ ବଣଚକୁଳିଆ ଗ୍ରାମକୁ ଯାଇଥିଲେ। ସେଠାରୁ ଅନ୍ୟମାନେ ଫେରି ଆସିଥିବା ବେଳେ ଚନ୍ଦ୍ରହାସ୍ୟଙ୍କ ମୃତଦେହ ଆଜି ଗ୍ରାମ ନିକଟ ଜଂଗଲରେ ଏକ ପୋଖରୀ ନିକଟରେ  ପଡିଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ଖବର ପାଇ ଘଟଗାଁ ଥାନାରେ  ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ,ଆଇଆଇସି ସୁଭ୍ରାନ୍ତ ଜେନା ସାଇଣ୍ଟିଫିକ ଟିମ ସହ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଏହା ହତ୍ୟା ନା ଅନ୍ୟ କେଉଁକାରଣ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଖରୀ ନିକଟରେ ଚନ୍ଦ୍ରହାସ୍ୟଙ୍କ ମୃତ ଦେହ ପଡିଥିବା ବେଳେ କିଛି ଦୂରରେ ତାଙ୍କର ଚପଲ ପଡିଥିବା ଦେଖିବାକୁ ମିଳିଛି। ଗୋଟିଏ ବାଇକରେ ୪ଜଣ ଯାଇଥିବା ବେଳେ ଚନ୍ଦ୍ରହାସ୍ୟଙ୍କୁ ଛାଡି ଅନ୍ୟ ୩ଜଣ କାହିଁକି ଫେରିଆସିଲେ ତାକୁ ନେଇ ଏବେ ନାନା ସନ୍ଦେହ ସୃଷ୍ଟି ହୋଇଛି। ତେବେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢନ୍ତୁ : ପୁରୀରେ ବୋମାମାଡ : ସଫେଇ କର୍ମଚାରୀ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.