ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଚନ୍ଦାହାଣ୍ଡି ୪।୫ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ମାଲଗାଁ  ବନମଣ୍ଡଳ ସୀମାନ୍ତ  ଋଷି ଝରଣ   ଜଳପ୍ରପାତ ଠାରେ ଥିବା ଏକ ଗଛରୁ ପ୍ରେମୀ ଯୁଗଳଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ସେମାନେ ହେଲେ ଛତିଶଗଡ଼ ଦେଭୋଗ ଥାନା ଅଧିନ  କଲାକୁମୁଡି ଗ୍ରାମର   ସୁଶୀଲ କୁମାର ୟାଦବ (୨୮) ଏବଂ ବନ୍ଦନା ନିଧି ।

 ମିଳିଥିବା ସୂଚନା ଅନୁସାରେ ଦେଭୋଗ ଥାନା ଅଧିନ  କଲାକୁମୁଡି ଗ୍ରାମର ଶୁଶିଳ କୁମାର ୟାଦବ ଏବଂ ବନ୍ଦନା ନିଧି ଦୀର୍ଘ ଦିନ ରୁ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ ପାଇଁ ସ୍ଥିର କରିଥିଲେ l  ଉଭୟେ ଅଲଗା ଅଲଗା ସମ୍ପ୍ରଦାୟର  ହୋଇ ଥିବାରୁ ସାମାଜିକ ସ୍ୱୀକୃତି ନ ମିଳିବାରୁ  ଗତ ୧୫ ତାରିଖ ଦିନ ଦୁହେଁ ଘରୁ ଲୁଚି ପଳାଇ ଥିଲେ l  ଉଭୟେ ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜା ଖୋଜି କରି  କୌଣସି ସନ୍ଧାନ ନ ପାଇ ଦେଭୋଗ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ l 

ଶୁକ୍ରବାର  କିଛି କେନ୍ଦୁପତ୍ର ତୋଳାଳି ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି  ଦେଭୋଗ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳକୁ ଆସି ଏହା ଚନ୍ଦାହାଣ୍ଡି  ଥାନା ଅଧିନରେ ଆସୁଥିବା କହି  ଚନ୍ଦାହାଣ୍ଡି ଥାନାରେ  ଏତଲା ଦେବାକୁ ନିର୍ଦେଶ ଦେଇଥିଲେ l   ଦେଓଭୋଗ ପୋଲିସର ନିର୍ଦେଶ କ୍ରମେ  ପ୍ରେମୀକର ବାପା ବ୍ରିଜଲାଲ ୟାଦବ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେବା ପରେ  ଭାରପ୍ରାପ୍ତ ଥାନା ଅଧିକାରୀ ଖଗେଶ୍ୱର ଖୋସଲା ଘଟଣା ସ୍ଥଳକୁ ଯାଇ  ଏହା ଚନ୍ଦାହାଣ୍ଡି ଥାନା ଅଧିନରେ ଆସୁ ନ ଥିବା କହି ଫେରି ଆସିଥିଲେ l ଯାହା ଫଳରେ ସେଠାରୁ ମୃତଦେହ ଉଦ୍ଧାର ହୋଇ ପାରିନାହିଁ l ରବିବାର ମୃତଦେହ ଉଦ୍ଧାର କରାଯାଇ ଏହାର ପଦକ୍ଷେପ ନିଆ ଯିବ ବୋଲି ଦେଭୋଗ ଥାନାଟି ଆଇ ଗୌତମ ଗାବଡ଼େ ପ୍ରକାଶ କରିଛନ୍ତି l ଅନ୍ୟପକ୍ଷେ  ଯୁବକର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.