ହରଭଙ୍ଗା,୩।୮ -ହରଭଙ୍ଗା ଠାରେ ନୂତନଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ଦାବୀ ଜୋର ଧରିଛି। ଶନିବାର ହରଭଙ୍ଗା ଆଞ୍ଚଳିକ ଉନ୍ନୟନ ପରିଷଦ ସହିତ ହରଭଙ୍ଗା, ଛତ୍ରଙ୍ଗ ଏବଂ କୁଶଙ୍ଗ ପଂଚାୟତ ସରପଞ୍ଚଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ନିମନ୍ତେ ସରକାରଙ୍କ ଆର୍ଥିକ ଅନୁଦାନ ମିଳିସାରିଛି। ହରଭଙ୍ଗାରେ ସରକାରୀ ଜମିର ଅଭାବ ମଧ୍ୟ ନାହିଁ। ଏଣୁ ହରଭଙ୍ଗା ଠାରେ ବିଇଓ ଅଫିସ ସ୍ଥାପନ ନିମନ୍ତେ ହରଭଙ୍ଗା ଉନ୍ନୟନ ପରିଷଦ ସହିତ ତିନୋଟି ପଂଚାୟତ ସରପଞ୍ଚ ମିଳିତ ଭାବେ ଦାବୀ ଜଣାଇଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ ଉନ୍ନୟନ ପରିଷଦ ସଭାପତି ପ୍ରଦୀପ କୁମାର ସାହୁ, ହରଭଙ୍ଗା ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ରବିନ୍ଦ୍ର କୁମାର ଦାସ, ସତ୍ୟବାଦୀ ଚାଉଳିଆ, ଜ୍ୟୋତିର୍ମୟ ଦାସ ପ୍ରମୁଖ ସାମିଲ ଥିଲେ।