ଭୁବନେଶ୍ୱର,୦୯/୦୯: ଜେଏସ୍ଡବ୍ଲ୍ୟୁ ଏମ୍ଜି ମୋଟର ଇଣ୍ଡିଆ ପକ୍ଷରୁ ଚଳିତ ମାସ ୧୧ ତାରିଖରେ ବଜାରକୁ ଆସିବ ନୂଆ ଏମ୍ଜି ୱିଣ୍ଡସର ମଡେଲ୍ । ଏହା ଦେଶର ପ୍ରଥମ ଇଣ୍ଟେଲିଜେଣ୍ଟ ଏସ୍ୟୁଭି (କ୍ରସ୍ଓଭର ୟୁଟିଲିଟି ଭେଇକିଲ) ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏଥିରେ ଗ୍ରାହକ ସେଡାନର ଆରାମ ଏବଂ ଏସ୍ୟୁଭି ଭଳି ପର୍ଯ୍ୟାପ୍ତ ସ୍ଥାନ ପାଇବେ । ଏହି ଏସ୍ୟୁଭିର ଏରୋଗ୍ଲାଇଡ୍ ଡିଜାଇନ୍ ଅତ୍ୟାଧୁନିକ କାରିଗରୀ କୌଶଳ ସହ ଉନ୍ନତ ଏରୋଡାଇନାମିକ୍ସକୁ ସମନ୍ୱିତ କରୁଛି ।
ଏଥିରେ ୧୮ ଡାଏମଣ୍ଡ କଟ୍ ଆଲୟ ହ୍ୱିଲ୍ ସହ ସର୍ବବୃହତ୍ତ ଇନ୍-ସେଗ୍ମେଣ୍ଟ ହ୍ୱିଲ୍ ବେସ୍ ରହିବ । ଏହା ଉତ୍ତମ ଡ୍ରାଇଭ ଅନୁଭୂତି ପ୍ରଦାନ କରିବା ଲାଗି ଏକ ଉନ୍ନତ ଗ୍ରାଉଣ୍ଡ୍ କ୍ଲିୟରାନ୍ସ ପ୍ରଦାନ କରିବ । ଏମଜି ୱିଣ୍ଡସର ଇଭି ଆହ୍ୱାନପୂର୍ଣ୍ଣ ପରିବେଶ ଏବଂ ଅତ୍ୟଧିକ ଗରମରେ ଉଚ୍ଚ ସହନଶୀଳତା କ୍ଷମତା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛି । ଏମଜି ୱିଣ୍ଡ୍ସର ଅଟୋ-ଟେକ୍ ବ୍ରାଣ୍ଡର ପୋର୍ଟଫୋଲିଓର ଷଷ୍ଠ ଉତ୍ପାଦ ହେବ। ଏଥିରେ ଅନେକ ସେଗମେଣ୍ଟ-ଫାଷ୍ଟ ବୈଶିଷ୍ଟ୍ୟ ରହିବ ।
୧୫.୬ ଇଞ୍ଚର ଗ୍ରାଣ୍ଡଭ୍ୟୁ ଟଚ୍ ଡିସପ୍ଲେ, ବିସ୍ତୃତ ସ୍କ୍ରିନ୍ ଆକାର, ଇନ୍କାର ଅନୁଭୂତି, ଇନ୍ଫିନିଟି ଭିୟୁ ଗ୍ଲାସ୍ ରୁଫ, ଏରୋ ଲାଉଞ୍ଜ ସିଟ୍, ରିକ୍ଲାଇନ ଆଙ୍ଗେଲ୍ ଭଳି ପ୍ରମୁଖ ବୈଶିଷ୍ଟ ରହିଛି । ପ୍ରିମିୟମ ଡ୍ରାଇଭିଂ ଅଭିଜ୍ଞତା ଚାହୁଁଥିବା କ୍ରେତା ମାନଙ୍କୁ ଏହା ଆକୃଷ୍ଟ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ସିୟୁଭିର ଏରୋଡାଇନାମିକ ଡିଜାଇନ୍ ଏବଂ ବିଶାଳ ଆଭ୍ୟନ୍ତରୀଣ ସହ, ଦେଶର ବିକଶିତ ସଡ଼କ ନେଟୱାର୍କ ପାଇଁ ଆଦର୍ଶ ଅଟେ । ଉଭୟ ସହରାଞ୍ଚଳ ଯାତ୍ରା ଏବଂ ଦୀର୍ଘ ଦୂରତା ଯାତ୍ରା ପାଇଁ ଏହା ଉପଯୁକ୍ତ । ଏହା ପରିବାରକୁ ଆରାମଦାୟକ ଏବଂ ସୁବିଧାଜନକ ପରିବହନ ପ୍ରଦାନ କରିଥାଏ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।