ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ୩ ଆହତ

ସାଲେପୁର,୩।୭ :  ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ। ଏଥିସହ ୩  ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଚମାରିଗୋଳ ଗ୍ରାମରେ। ମୃତକ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଚମାରିଗୋଳ ଗ୍ରାମର ବୃଦ୍ଧ ପ୍ରସନ୍ନ କୁମାର ଦାଶ।

କଟକ ଜିଲ୍ଲା ସାଲେପୁର ଥାନା ଚମାରିଗୋଳ ଗ୍ରାମରେ ଷଣ୍ଢ ଆକ୍ରମଣରେ ୪ ଜଣ ଆହତ ହୋଇଥିଲେ। ସେମାନେ ହେଲେ ଚମାରିଗୋଳ ଗ୍ରାମର ପ୍ରଭଞ୍ଜନ ଦାଶ, କୈବଲ୍ୟ ରାଉତ , ଲକ୍ଷ୍ମୀଧର ନାୟକ, ବୃଦ୍ଧ ପ୍ରସନ୍ନ କୁମାର ଦାଶ ।  ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରସନ୍ନ କୁମାର ଦାଶଙ୍କ ମୃତ୍ୟୁ ଘଟିଛି।  ଦୁଇ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।    ପାଗଳ ଷଣ୍ଢ କିଛି ଦିନ ହେବ ଚମାରିଗୋଳ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ଷଣ୍ଢଟିକୁ କାବୁ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.