ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ପୋଲାଭରମ ପ୍ରକଳ୍ପ ବିବାଦ ତେଜିଲା, ଜିଲ୍ଲାପାଳଙ୍କ ସହ ଆମ ଜନତା ଅଧିକାର ଫୋରମର ୫ଜଣିଆ ପ୍ରତିନିଧି ଦଳର ଆଲୋଚନା

ମାଲକାନଗିରି, ୬/୮ : ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ପୋଲlଭରମ ପ୍ରକଳ୍ପ ବିବାଦ ତେଜିଛି । ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କ ସମ୍ପର୍କରେ  ଜିଲ୍ଲାପାଳଙ୍କ ସହ ଆମ ଜନତା ଅଧିକାର ଫୋରମର ୫ଜଣିଆ ପ୍ରତିନିଧି ଦଳ ଆଜି ଆଲୋଚନା କରିଛନ୍ତି । ବୁଧବାର ସକାଳେ ଏହି ପ୍ରତିନିଧି ଦଳ ପୋଲଭମ ପ୍ରକଳ୍ପ ଦ୍ୱାରା କ୍ଷତି ଗସ୍ତ ହେଉଥିବା ମୋଟୁ ଅଂଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ ସହିତ ବିବରଣୀ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି । ଆମ ଜନତା ଅଧିକାର ଫୋରମ ପକ୍ଷରୁ  ଆୟୋଜିତ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ପୋଲାଭରମ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ଦଳ ମାଲକାନଗିରିରେ ପହଂଚି ଜିଲ୍ଲାପାଳ ସଚିନ ପାୱାରଙ୍କ ସହିତ ଆଲୋଚନା କରିଛନ୍ତି l  

ଆମ ଜନତା ଅଧିକାର ଫୋରମର ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ, ପୂର୍ବତନ ମାଲକାନଗିରି ବିଧାୟକ ନିମାଇଁ ଚନ୍ଦ୍ର ସରକାର, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ଜିଲ୍ଲା ଆବାହକ ରୂପକ ତୁରୁକ, ସାମାଜିକ କର୍ମୀ ଶ୍ରୀନିବାସ ରାଓ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି  l ପୋଲାଭରମ ଜାତୀୟ ପ୍ରକଳ୍ପ ଘୋଷଣା ସହ ଏ ବର୍ଷ ବଜେଟରେ ୧୫ ହଜାର କୋଟି ବ୍ୟୟ ବରାଦ ତଥା ଦୁଇ ବର୍ଷରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଘୋଷଣା ହୋଇଛି l ସେପଟେ ଏହି ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟକାରୀ ହେଲେ ଓଡିଶାର ମାଲକାନଗିରି ଜିଲ୍ଲାର ମୋଟୁ ବ୍ଲକର ୯ଟି ପଞ୍ଚାୟତ ବ୍ୟାକ ୱାଟର ରେ ଜଳମଗ୍ନ ହେବା ସହିତ ମୋଟୁଗାଁ, ବାରିବଞ୍ଚ,ବିନାୟକୁର, ଆଲମା,ପେଟା, ମୁରଲୀ ଗୁଡା,ମାଡିଗୁବୁର, କଡାଗୁଜ, ଗୋରାଶପଲ୍ଲୀ ଆଦି ଗାଁ ସବୁ ଦିନ ପାଇଁ ବିଲୋପ ହୋଇଯିବl ର ସମ୍ଭାବନା ରହିଛି l ୬ହଜାର ଆଦିବାସୀ ଏହା ଦ୍ଵାରା ସମ୍ପୂର୍ଣ ବିସ୍ଥାପିତ ହେବେ l ପ୍ରାୟ ୭ହାଜର ହେକ୍ଟର ଜମି ଜଳମଗ୍ନ ହୋଇଯିବ l  ତେଣୁ ଓଡିଶାର କେମିତି କମ କ୍ଷତିଗ୍ରସ୍ତ ହେବ ଏବଂ ପ୍ଲାବିତ ଅଂଚଳ ରେ କେମିତି ପୁନଃରୁଦ୍ଧାର ଓ ବିସ୍ଥାପିତ ଲୋକଙ୍କୁ କିଭଳି ଥଇଥାନ ହେବ ସେଥିପାଇଁ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ l 

ପ୍ରକାଶ ଥାଉ କି ପୋଲାଭରମ ପ୍ରକଳ୍ପ ଦ୍ବାରା ଓଡ଼ିଶା ବିଶେଷ କରି ମୋଟୁ ଅଞ୍ଚଳରେ କଣ କ୍ଷତି ହେବ ତାର ତଥ୍ୟ ଓଡ଼ିଶା ସରକାରଙ୍କ ପାଖରେ ନାହିଁ l ଜିଲ୍ଲାପାଳ ଏଥିପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରି ଏହାର ଆକଳନ କରିବା ପାଇଁ ପ୍ରତିନିଧି ମଣ୍ଡଳୀ ନିବେଦନ କରିଥିଲେ l ବୁଧବାର ଏହି ପ୍ରତିନିଧି ମଣ୍ଡଳୀ ମୋଟୁ ଅଞ୍ଚଳ ଗସ୍ତ କରିବ l ଗ୍ରାଉଣ୍ଡ ଜିରୋର ତଥ୍ୟ ସଂଗ୍ରହ ସହିତ ସେଠାକାର ଲୋକଙ୍କ ସହିତ ଆଲୋଚନା କରି ପ୍ରତିନିଧି ମଣ୍ଡଳୀ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ଆସନ୍ତାକାଲି ପ୍ରଦାନ କରିବେ ବୋଲି ପ୍ରତିନିଧି ମଣ୍ଡଳୀ ପକ୍ଷରୁ ପ୍ରସନ୍ନ ବିଶୋଇ ଗଣମାଧ୍ୟମକୁ ଜଣାଇଛନ୍ତି l

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.