ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଗୋଟିଏ ଭୋଟ୍ ପାଇଁ ୩୯ କିମି ଚାଲିବ ପୋଲିଂ ଟିମ୍, ଭୋଟ୍ ଦେବେ ମାତ୍ର ଜଣେ ମହିଳା

ନୂଆଦିଲ୍ଲୀ ୨୮/୦୩: ଅରୁଣାଚଳ ପ୍ରଦେଶର ଇଟାନଗର ସ୍ଥିତ ମାଲେଗମଠାରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ହେବ ଲୋକସଭା ନିର୍ବାଚନ । ଏଥିପାଇଁ ପୋଲିଂ ଅଧିକାରୀମାନଙ୍କର ଟିମ୍‌ ଗୋଟିଏ ଭୋଟ୍‌ ପାଇଁ ସେଠାକୁ ଯିବେ । ଏଥିପାଇଁ ଟିମ୍‌କୁ ୩୯ କିମି ପଥ ଚାଲିଚାଲି ଅତିକ୍ରମ କରିବାକୁ ପଡ଼ିବ । ଚୀନ୍‌ ସୀମାରେ ସ୍ଥିତ ମାଲୋଗମରେ ମାତ୍ର ଜଣେ ମହିଳା ଭୋଟର ଅଛନ୍ତି । ୪୪ ବର୍ଷୀୟ ଏହି ମହିଳାଙ୍କ ନାମ ସୋକେଲା ତାୟାଙ୍ଗ । 

ଅଧିକାରୀମାନେ କହିଛନ୍ତି, ମାଲୋଗମରେ ହାତଗଣତି ପରିବାର ଅଛନ୍ତି । ସୋକେଲାଙ୍କୁ ବାଦ୍‌ ଦେଲେ ସମସ୍ତଙ୍କ ନାଁ ଅନ୍ୟ ମତଦାନ କେନ୍ଦ୍ରରେ ପଞ୍ଜିକୃତ ହୋଇଛି । ସୋକେଲା ଅନ୍ୟ କୌଣସି ମତଦାନ କେନ୍ଦ୍ରକୁ ଯିବାକୁ ଚାହୁଁନାହାନ୍ତି । ତାଙ୍କର ଭୋଟ୍‌ ନେବା ପାଇଁ ଅଫିସର୍‌, ସୁରକ୍ଷାକର୍ମୀଙ୍କ ସହିତ ଏକ ପୋଲିଂ ଟିମ୍‌ ହେୟୁଲିୟାଙ୍ଗରୁ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଅତିକ୍ରମ କରି ମାଲୋଗମ ଯାତ୍ରା କରିବେ । ୨୦୧୯ ମସିହାରେ ମଧ୍ୟ ସେ ଏକାକୀ ମତଦାନ କେନ୍ଦ୍ରରେ ଭୋଟ୍‌ ଦେଇଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ପବନ କୁମାର ସୈନ କହିଛନ୍ତି, ଏହା କେବଳ ଗୋଟିଏ ଭୋଟ୍‌ର ମାମଲା ନୁହେଁ । ଆମେ ଚାହୁଁଛୁ, ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ କଥା କହିବା ଓ ଶୁଣିବାର ସୁଯୋଗ ମିଳୁ । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଲିକେନ କୋୟୁ କହିଛନ୍ତି, ପୋଲିଂ ଟିମ୍‌ ଆସନ୍ତା ଏପ୍ରିଲ ୧୮ ତାରିଖରେ ହେୟୁଲିୟାଙ୍ଗରୁ ମାଲୋଗମ ଯାତ୍ରା କରିବେ । ଚାଲିବାରେ ତାଙ୍କୁ ଗୋଟିଏ ଦିନ ସମୟ ଲାଗିବ । ସୂଚନାଯୋଗ୍ୟ, ମାଲୋଗମ ଗାଁ ହେୟୁଲିୟାଙ୍ଗ ବିଧାନସଭା କ୍ଷେତ୍ର ଓ ଅରୁଣାଚଳ ପୂର୍ବ ଲୋକସଭା କ୍ଷେତ୍ରରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.