ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚଳନ୍ତା ବ୍ୟାଟେରୀ ସ୍କୁଟି ଜଳିଗଲା ; ଅଳ୍ପକେ ବର୍ତ୍ତିଲେ ବାପ ଝିଅ

କେନ୍ଦୁଝର ସଦର,୧୮/୪ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ଗ୍ରାମର ରଞ୍ଜନ କୁମାର ବେହେରା ଓ ତାଙ୍କ ଝିଅ ସହିତ ପଦ୍ମପୁରକୁ ବ୍ୟାଟେରୀ ସ୍କୁଟି ନମ୍ବର ଓଡି ୩୩ ଏଏଫ ୯୯୭୪ରେ ଯାଉଥିଲେ । ଏହି ସମୟରେ  ଗୋବର୍ଦ୍ଧନ ପଦ୍ମପୁର ମଧ୍ୟରେ ତେଲ ଟାଙ୍କି ନିକଟରେ ହଠାତ ସ୍କୁଟିରୁ ଧୁଆଁ ବାହାରିଥିଲା । 

ସ୍କୁଟିରେ ବସିଥିବା ଝିଅ କହିବା ପରେ ତୁରନ୍ତ ଗାଡିରୁ ତଳକୁ ଆସିବା ଭିତରେ ନିମିଷେକ ମଧ୍ୟରେ ସ୍କୁଟିଟି ହୁତୁ ହୁତୁ ହୋଇ ପୁରା ଜଳିଗଲା । ଅଳ୍ପକେ ଶ୍ରୀ ବେହେରା ଓ ତାଙ୍କ ଝିଅ ବିପଦରୁ ବର୍ତ୍ତି ଯାଇଛନ୍ତି । ଦମକଳ ଆସି ନିଆଁ ଲିଭାଇବା ପୂର୍ବରୁ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ଛାର ଖାର ହୋଇଯାଇଅଛି । ଏ ନେଇ ଶ୍ରୀ ବେହେରା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.