ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଚଳିତ ମାସରୁ ଜିଲ୍ଲା ଗସ୍ତରେ ଯିବେ ସଚିବ, ପ୍ରତି ୩ ମାସରେ ବଦଳିବ ଆବଣ୍ଟିତ ଜିଲ୍ଲା

ଭୁବନେଶ୍ବର, ୪।୯ :  ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ସଚିବ।  ଏଥିପାଇଁ  ବିଭିନ୍ନ ବିଭାଗର ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ  ଜିଲ୍ଲା ଆବଣ୍ଟନ କରାଯାଇଛି। ଏହି ଆବଣ୍ଟିତ ଜିଲ୍ଲା ପ୍ରତି ୩ ମାସରେ ପରିବର୍ତ୍ତନ କରାଯିବ। ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କ ଦାୟିତ୍ବରେ ଥିବା ଜିଲ୍ଲାକୁ  ପରିଦର୍ଶନ କରିବା ପାଇଁ ୨-୩ ଦିନର ଯୋଜନା ପ୍ରସ୍ତୁତ କରିବେ।   ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖି ଜିଲ୍ଲା ଗସ୍ତ ପାଇଁ ନିର୍ଦେଶ ଦେଇଛନ୍ତି।

 ଅଧିକାରୀମାନେ ଜିଲ୍ଲା ଗସ୍ତରେ ଯାଇ ଗୁରତ୍ବପୂର୍ଣ୍ଣ ସରକାରୀ ଯୋଜନା କାର୍ଯ୍ୟାନ୍ବୟନକୁ ତଦାରଖ କରିବେ।  ଅଧିକାରୀମାନେ ନିଜ ଇଚ୍ଛା ଅନୁସାରେ ଜିଲ୍ଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିପାରିବେ, କିନ୍ତୁ ସେଥିରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳ ସାମିଲ ହୋଇଥିବ।

ଯେ କୌଣସି ଗୋଟିଏ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବେ। ଉକ୍ତ ପଞ୍ଚାୟତରେ ସରକାରଙ୍କର ବଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡିକ ମିଳୁଛି କି ନାହିଁ ତଦାରଖ କରିବେ। ଅଧିକାରୀମାନେ ଗସ୍ତ ସମୟରେ ଛାତ୍ରାବାସ ଓ ସ୍କୁଲରେ ମଧ୍ୟାହ୍ନ ଭୋଜନା କିମ୍ବା ଆହର କେନ୍ଦ୍ର ଭୋଜନ କରି ଖାଦ୍ୟର ଗୁଣବତ୍ତା ଓ ସେଠାକାର ପରିବେଶ ଉପରେ ଦୃଷ୍ଟି ଦେବେ। 

୮ଟି ମୁଖ୍ୟ ଡିଏମଏଫ ଜିଲ୍ଲା ଅନୁଗୁଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ ରେ ଅଧିକାରୀମାନେ ଜିଲ୍ଲା ଖଣିଜ ପାଣ୍ଠି ଏବଂ ଓମବାଡସି ପାଣ୍ଠିର ବିନିଯୋଗର ସମୀକ୍ଷା କରିବେ। ଅଧିକାରୀମାନେ ଗସ୍ତ କରି ଆସିବା ପରେ ପ୍ରତିଟି ପରିଦର୍ଶନର ସାରାଂଶ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ଅବଗତି କରିବେ ବୋଲି ନିର୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.