ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେରାବୀର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷାବାହିନୀ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ରାଉରକେଲା, ୨୦/୦୪ : ରାଉରକେଲା ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ବଡ଼ ଧରଣର ମାଓ ଅପରେସନ। ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷା ବାହିନୀ। ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। 

ସୂଚନାନୁଯାୟୀ, ରାଉରକେଲା ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ସିଆରପିଏଫ ସହ କୋବ୍ରା ବାହିନୀ କମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲା। ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ଏହି ଅପରେସନରେ ସିଆରପିଏଫ ସହ କୋବ୍ରା ବାହିନୀ ମିଳିତ ଭାବରେ ମାଓକ୍ୟାମ୍ପ ଧ୍ଵଂସ କରି ଦେଇଛନ୍ତି। ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରୁ ଏସଆଲର ବନ୍ଧୁକ, ବିସ୍ଫୋରକ, ଟିଫିନ ବୋମା, ବିଦ୍ୟୁତ୍ ତାର , ମାଓ ପୋଷାକ, ମାଓ ଯୋତା, ମାଓ ପୁସ୍ତିକା, ନଗଦ ୨୭ ହଜାର ଟଙ୍କା ସହ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.