ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସବୁଜ ରଙ୍ଗ ପ୍ରତି ଅହେତୁକ ଦୁର୍ବଳତା; ଘରଠୁ ଗାଡ଼ି ସବୁକିଛି ସବୁଜ, କେଶକୁ ବି କରିଛନ୍ତି ସବୁଜ ରଙ୍ଗ

ନୂଆଦିଲ୍ଲୀ, ୨୪।୩: ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରିୟ ରଙ୍ଗ ଥାଏ । କିଏ ନିଜ ମନ ପସନ୍ଦ ରଙ୍ଗର ଗାଡ଼ି କିଣିଥାଏ ତ ଆଉ କିଏ ପୋଷାକ, ଜୋତା ଆଦି କିଣିଥାନ୍ତି । ତେବେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଗୋଟିଏ ନିର୍ଦ୍ଦିଷ୍ଟ ରଙ୍ଗ ପ୍ରତି ଏତେ ମାତ୍ରାରେ ଆସକ୍ତ ଥାନ୍ତି, ଯେ ନିଜ ଆଖାପାଖର ସମସ୍ତ ଜିନିଷକୁ ସେହି ରଙ୍ଗରେ ପରିଣତ କରିଦିଅନ୍ତି । ସେମିତି ଜଣେ ମହିଳା ହେଉଛନ୍ତି ଆମେରିକା ବ୍ରୁକଲିନ୍ ୮୬ ବର୍ଷୀୟା ଏଲିଜାବେଥ୍ ସ୍ୱିଟହାର୍ଟ । ବର୍ତ୍ତମାନ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ପ୍ରକୃତି ସମସ୍ତଙ୍କୁ ପସନ୍ଦ । ପ୍ରକୃତିର ସବୁଜଭରା ରଙ୍ଗ ପରିବେଶକୁ ସୁନ୍ଦର କରାଏ । ଏଲିଜାବେଥ୍ ଏହି ସବୁଜ ରଙ୍ଗ ମୋହରେ ଏତେ ମାତ୍ରାରେ ପଡ଼ିଛନ୍ତି ଯେ, ତାଙ୍କ ଚତୁଃପାର୍ଶ୍ୱର ସମସ୍ତ ସାମଗ୍ରୀକୁ ସବୁଜ ରଙ୍ଗ କରିଦେଇଛନ୍ତି । 

ତାଙ୍କର ଘର, ଗାଡ଼ି, ପୋଷାକ ସବୁକିଛି ସବୁଜ ରଙ୍ଗର । କେବଳ ଏତିକି ନୁହେଁ, ତାଙ୍କ ଘରର ସୋଫା, ବେଡ୍, ବାସନକୁସନ, କାଉଣ୍ଟର ଟପ୍ ଓ ବ୍ଲେଣ୍ଡର ସମେତ ପ୍ରତ୍ୟେକ ସାଜସଜ୍ଜା ଉପକରଣ ମଧ୍ୟ ସବୁଜ ରଙ୍ଗର । ଏହି ରଙ୍ଗ ପ୍ରତି ତାଙ୍କର ଏତେ ଦୁର୍ବଳତା ଦେଖି ତାଙ୍କୁ ବିଶ୍ୱର ସବୁଜ ମହିଳା ରୂପେ ଜାଣୁଛନ୍ତି । ତେବେ ଏହି ରଙ୍ଗ ପାଇଁ ତାଙ୍କର ଦୁର୍ବଳତାକୁ ନେଇ ସେ କୁହନ୍ତି ଯେ, ରଙ୍ଗ ମଣିଷକୁ ଖୁସି ରଖିବାରେ ସାହାଯ୍ୟ କରେ । ସବୁଜ ରଙ୍ଗ ମୋର ଅହେତୁକ ଦୁର୍ବଳତା । ଏହି ରଙ୍ଗକୁ ଦେଖିବା ମାତ୍ରେ ମୋତେ ଆନନ୍ଦ ଅନୁଭବ ହୁଏ । ଏହି ରଙ୍ଗ ମୋ ଭିତରେ ଏକ ଭିନ୍ନ ଧରଣର ଶକ୍ତି ଆଣିଥାଏ । 

ଏଲିଜାବେଥ୍ ଜଣେ ଭଲ ଆର୍ଟିଷ୍ଟ । ଦୀର୍ଘ ୨୦ ବର୍ଷ ଧରି ସେ ନିଜ ମନ ପସନ୍ଦର ରଙ୍ଗ ସବୁଜ ରଙ୍ଗ ସହ ଜୀବନ ବିତାଇଆସୁଛନ୍ତି । ଏପରିକି ନିଜ କେଶକୁ ମଧ୍ୟ ସବୁଜ ରଙ୍ଗ କରିଛନ୍ତି । ସେ ଆଣ୍ଟିକ୍ ଜିନିଷର ବ୍ୟବସାୟ କରନ୍ତି । ବାପାଙ୍କର ପ୍ରକୃତି ପ୍ରେମରୁ ପ୍ରେରିତ ହୋଇ ସେ ଏହି ସବୁଜ ରଙ୍ଗ ବାଛିଛନ୍ତି । ତେବେ ସବୁଜ ରଙ୍ଗ ଭିତରେ ତାଙ୍କ ଜୀବନ ବିତିବାର ଶୈଳୀର ଫଟୋ ଓ ଭିଡିଓ କରିଥାନ୍ତି । ଯାହାକୁ ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଥାନ୍ତି । ଏସବୁ ଭିଡିଓ ଲୋକଙ୍କୁ ଆକର୍ଷିତ କରେ । ଏମିତିକି ତାଙ୍କର ଇନଷ୍ଟାଗ୍ରାମରେ ପାଖାପାଖି ୫ ଲକ୍ଷ ଅଧିକ ଫଲୋଅର୍ସ ଅଛନ୍ତି । ସେ ବାହାରକୁ ଗଲେ ତାଙ୍କୁ ଦେଖି ଲୋକ ଖୁସି ହୁଅନ୍ତି ଓ ତାଙ୍କ ସହ ସେଲଫି ନିଅନ୍ତି । ଲୋକଙ୍କୁ ଖୁସି ହେବାର ଦେଖି ସେ ମଧ୍ୟ ଖୁସି ହୁଅନ୍ତି ବୋଲି କହନ୍ତି । ଏହା ତାଙ୍କ ମନରେ ସକାରତ୍ମକ ଭାବନା ସୃଷ୍ଟି କରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.