ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଋତୁସ୍ରାବକାଳୀନ ଛୁଟି ପାଇଁ ନୀତି ଆଣ

ନୂଆଦିଲ୍ଲୀ,୦୯/୦୭: ସୁପ୍ରିମକୋର୍ଟରେ ସୋମବାର ମହିଳାମାନଙ୍କୁ ପିରିୟଡ୍‌ ଲିଭ୍‌(ଋତୁସ୍ରାବକାଳୀନ ଛୁଟି) ପ୍ରଦାନ ଦାବିରେ  ଦାଖଲ ଏକ ଜନସ୍ୱାର୍ଥ ମାମଲା ସଂପର୍କରେ  ଶୁଣାଣି ହୋଇଥିଲା । ଏହି ସମୟରେ କୋର୍ଟ ଏହା ସରକାରୀ ନୀତି ସହ ଜଡିତ ମାମଲା ବୋଲି ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌  ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେବି ପାରଦିୱାଲା  ଓ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ରାଜ୍ୟ  ସରକାର ଓ ଏହି ମାମଲା ସହ ଜଡ଼ିତ ସମସ୍ତ ଲୋକଙ୍କ ପରାମର୍ଶ ନେଇ ଏକ ମଡେଲ୍‌ ନୀତି  ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।  ଓକିଲ ଶୈଳେନ୍ଦ୍ର ତିୱାରୀ ସୁପ୍ରିମକୋର୍ଟରେ ଏହି  ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

 ସୋମବାର ତାର ଶୁଣାଣି ସମୟରେ କୋର୍ଟ  କହିଥିଲେ, ଆମ ତରଫରୁ ମହିଳାଙ୍କୁ ଋତୁସ୍ରାବକାଳୀନ ଛୁଟି ଦେବାର ରାୟ ମହିଳାମାନଙ୍କ ଲାଗି ହାନିକାରକ ହେବ ।  କାରଣ କମ୍ପାନିଗୁଡିକ ସେମାନଙ୍କୁ ଚାକିରି ଦେଇନପାରନ୍ତି । ଆମେ ମହିଳାଙ୍କ ସହିତ ଏପରି ହେଉ ବୋଲି ଚାହୁଁନାହୁଁ । ଏହା ପ୍ରକୃତରେ ସରକାରୀ ନୀତି ସହ ଜଡ଼ିତ  ମାମଲା । କୋର୍ଟରେ ଏସବୁ ସ୍ଥିର କରାଯିବା କଥା ନୁହେଁ । ତେବେ ଆମେ ଆବେଦନକାରୀଙ୍କୁ ମହିଳା ଓ ବାଳ ବିକାଶ ମନ୍ତ୍ରାଳୟର ସଚିବ ଏବଂ ଅତିରିକ୍ତ ସଲିସିଟର ଜେନେରାଲ୍‌ ଐଶ୍ୱର୍ଯ୍ୟା ଭଟ୍ଟିଙ୍କ ନିକଟକୁ ଯିବାକୁ ଅନୁମତି ଦେଉଛୁ । ମହିଳା ଓ ବାଳ ବିକାଶ ମନ୍ତ୍ରାଳୟର  ସଚିବଙ୍କୁ ନୀତିଗତ ସ୍ତରରେ ଏହି ମାମଲାକୁ  ଦେଖିବା ଓ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ଏକ ମଡେଲ୍‌ ନୀତି ଆଣିବା ସଂପର୍କରେ ବିଚାର କରିବାକୁ ଅନୁରୋଧ କରୁଛୁ ।  

ଏହାପୂର୍ବରୁ ଚଳିତବର୍ଷ ଫେବ୍ରୁଆରୀ ମାସରେ ମଧ୍ୟ ସୁପ୍ରିମକୋର୍ଟ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ । ସେତେବେଳେ ଋତୁସ୍ରାବକାଳୀନ ଛୁଟି ଲାଗି ଆବେଦନ କରିଥିବା  ଛାତ୍ରୀ ଓ ମହିଳାମାନଙ୍କର ଆବେଦନକୁ କୋର୍ଟ  ଖାରଜ କରିଥିଲେ । ମାମଲା ନୀତିଗତ ବୋଲି  କୋର୍ଟ ଦର୍ଶାଇଥିଲେ । ଏଥିସହ ଆବେଦନକାରୀ କେନ୍ଦ୍ର ସରକାରଙ୍କ ସାମ୍ନାରେ ନିଜର କଥା  ରଖନ୍ତୁ ବୋଲି କହିଥିଲେ । 

ସୂଚନାଥାଉକି, ଭାରତରେ କେବଳ ଦୁଇଟି ରାଜ୍ୟ ବିହାର  ଓ କେରଳ ଋତୁସ୍ରାବକାଳୀନ ଛୁଟି ପ୍ରଦାନ  କରୁଛନ୍ତି । ବିହାରରେ ମହିଳା କର୍ମଚାରୀମାନଙ୍କ ଲାଗି ଦୁଇ ଦିନିଆ ଛୁଟିର ପ୍ରାବଧାନ ରହିଛି ।  କେରଳରେ ଛାତ୍ରୀମାନଙ୍କ ପାଇଁ ୩ ଦିନିଆ  ଋତୁସ୍ରାବକାଳୀନ ଛୁଟିର ବ୍ୟବସ୍ଥା ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.