ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

୪ ଦିନ ହେଲା ଗାଁରେ ବିଦ୍ୟୁତ୍ ନାହିଁ, ଫିରିଙ୍ଗିଆ ବିଦ୍ୟୁତ୍ ଅଫିସ ଘେରାଉ କଲେ ଗ୍ରାମବାସୀ

 ଫିରିଙ୍ଗିଆ,୧୫l୬ ଫିରିଙ୍ଗିଆ ବ୍ଲକ ନୂଆପଦର ପଂଚାୟତ  ଅନ୍ତର୍ଗତ କେକ୍ରିଙ୍ଗିଆ ଗ୍ରାମରେ ଚାରିଦିନ ହେଲା  ବିଦ୍ୟୁତ୍ ନାହିଁ। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ  ବିଦ୍ୟୁତ ଯୋଗାଣ  ଦାବିରେ    ଉତ୍ତ୍ୟକ୍ତ ଗ୍ରାମବାସୀ ଫିରିଙ୍ଗିଆ ବିଦ୍ୟୁତ୍ ଅଫିସ କୁ ଘେରାଉ କରିଛନ୍ତି। 

ଫିରିଙ୍ଗିଆ ବ୍ଲକ ନୂଆପଦର ପଂଚାୟତ  ଅନ୍ତର୍ଗତ କେକ୍ରିଙ୍ଗିଆ ଗ୍ରାମରେ ଆଜିକୁ ଚାରିଦିନ ହେଲା ବିଦ୍ୟୁତ୍ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଥିଲେ ଗ୍ରାମ ବାସୀ l ଏବେ ଗ୍ରୀଷ୍ମ ରୁତୁ ବେଳେ ଅସହ୍ୟ ଗରମ  ହେଉଛି ବିଦ୍ୟୁତ୍ ନଥିବା ଯୋଗୁଁ ଘରେ ପାଣି ମଧ୍ୟ ନାହିଁ ରାତିରେ ଶୋଇବା କଷ୍ଟ ହେଉଛି l ଦିନ ତମାମ ଗରମ ଓ ରାତିରେ ଅନ୍ଧାର  ଯାହାଫଳରେ ପାଠ ପଡୁଥିବା ଛାତ୍ରଛାତ୍ରୀ  ମାନେ ପାଠ ମଧ୍ୟ ପଡ଼ି ପାରୁ ନାହାନ୍ତି l ଏହି ସମ୍ପର୍କ ରେ ବିଦ୍ୟୁତ୍ ବିଭାଗ ଅଧିକାରୀ ଓ ଜିଲା ପ୍ରଶାସନ କୁ ଜଣେଇ ଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ l ତେଣୁ ନୂଆପଦରଓ କେକ୍ରିଙ୍ଗିଆ ଗ୍ରାମ ବାସୀ ଉତ୍ତ୍ଯକ୍ତ ହୋଇ   ମହିଳା ପୁରୁଷ ସହ   ଫିରିଙ୍ଗିଆ ବିଦ୍ୟୁତ୍ ଅଫିସ କୁ ଘେରାଉ କରିଛନ୍ତି ।  ଖବର ପାଇ ଫିରିଙ୍ଗିଆ ଥାନା  ପୋଲିସ ଘଟଣା ସ୍ଥଳରେ  ଲୋକଙ୍କୁ ବୁଝାସୁଝା କରୁଛନ୍ତି l  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.