ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ପେନସନ୍‌ ଟଙ୍କା ଲାଗି ବାପାଙ୍କ ମୃତଦେହକୁ ଲୁଚାଇ ରଖିଥିଲେ ମହିଳା, ଏମିତି ହେଲା ଖୁଲାସା

ନୂଆଦିଲ୍ଲୀ ୧୩/୦୫: ତାଇୱାନ୍‌ର ଜଣେ ମହିଳାଙ୍କ ବିରୋଧରେ ଏବେ ଅଜବ ଅଭିଯୋଗ ଆସିଛି । ସେ ପେନ୍‌ସନ୍‌ ଟଙ୍କା ହଡ଼ପ କରିବାକୁ ବାପାଙ୍କ ମୃତଦେହକୁ ଦୀର୍ଘ ଦିନ ଧରି ନିଜ ଘରେ ଲୁଚାଇଥିଲେ । ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ମହିଳାଜଣକ ତାଙ୍କ ବାପାଙ୍କ ସହିତ ୫ ଦଶନ୍ଧିରୁ ଅଧିକ ସମୟ ହେଲା ରହିଆସୁଥିଲେ । ତେବେ ଗତବର୍ଷ ନଭେମ୍ବର ମାସରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଘର ଭିତରକୁ ପ୍ରବେଶ କରିବାକୁ ନ ଦେବାରୁ ଅଧିକାରୀମାନଙ୍କର ତାଙ୍କ ଉପରେ ପ୍ରଥମେ ସନ୍ଦେହ ହୋଇଥିଲା । ଏହାପରେ ଲଗାତର ସେ ସରକାରୀ ଅଧିକାରୀଙ୍କୁ ଘର ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ । ସେଥିଯୋଗୁ ସନ୍ଦେହ ବଢ଼ିବାରୁ ପୁଲିସ ତାଙ୍କୁ ଡାକି ପଚରାଉଚରା କରିଥିଲା । 

ମହିଳାଜଣକ ପ୍ରଥମେ ତାଙ୍କ ବାପା ଏକ ନର୍ସିଂହୋମ୍‌ରେ ଥିବା କଥା କହିଲେ । ପୁଲିସ ଅଧିକ ପଚାରିବାରୁ ସେ ଅନ୍ୟ ସହରରେ ରହୁଥିବା ତାଙ୍କ ଭାଇ ବାପାଙ୍କୁ ନେଇଯାଇଥିବା ଦର୍ଶାଇଲେ । କିନ୍ତୁ ତାଙ୍କର ସେହି ଦାବି ମିଛ ହୋଇଥିବା ଜଣାପଡ଼ିଲା । ତାଙ୍କ ଭାଇଙ୍କର ୫୦ ବର୍ଷ ତଳୁ ମୃତ୍ୟୁ ହୋଇସାରିଥିଲା । ପରେ ମହିଳାଜଣକ ଭାଇଙ୍କ ପାଖରେ ବାପାଙ୍କ ମୃତ୍ୟୁ ହୋଇସାରିଥିବା ଓ ତାଙ୍କ ନିକଟରେ ମୃତ୍ୟୁ ସାର୍ଟିଫିକେଟ୍‌ ନଥିବା କହିଲେ । ବାରମ୍ବାର ଏଭଳି ବୟାନ ବଦଳାଇବା ଯୋଗୁ ପୁଲିସ ତାଙ୍କ ସମ୍ପତ୍ତିର ତଲାସୀ ନେଲା । ଏହି ସମୟରେ ବର୍ଜ୍ୟବସ୍ତୁ ଫିଙ୍ଗାଯାଉଥିବା ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ଜଣେ ବୟସ୍କ ଲୋକଙ୍କର କିଛି ହାଡ଼ ମିଳିଲା । ତଦନ୍ତରୁ ସେହି ବ୍ୟକ୍ତିଙ୍କର ଦୀର୍ଘ ଦିନ(ବର୍ଷେ କିମ୍ବା ଦୁଇ ବର୍ଷ) ତଳୁ ମୃତ୍ୟୁ ହୋଇଥିବା କୁହାଯାଉଛି । 

ମହିଳାଙ୍କର ବାପା ଜଣେ ବରିଷ୍ଠ ସାମରିକ ଅଧିକାରୀ ଥିଲେ । ତାଇୱାନ୍‌ରେ ବରିଷ୍ଠ ସାମରିକ ଅଧିକାରୀମାନେ ସାଧାରଣତଃ ମାସିକ ହାରାହାରି ୧.୨୭ ଲକ୍ଷ ପେନସନ୍‌ ପାଇଥାନ୍ତି । ଏପରିସ୍ଥଳେ ତାଙ୍କ ବାପାଙ୍କ ମୃତ୍ୟୁର କାରଣ ସଂପର୍କରେ ତଦନ୍ତ କରାଯାଉଛି । ସେଥିରୁ ମହିଳା ପେନସନ୍‌ ହଡ଼ପ ଲାଗି କେବଳ ବାପାଙ୍କର ମୃତଦେହକୁ ଲୁଚାଇଥିଲେ ନା ଅନ୍ୟ କିଛି ଗୁରୁତର ଅପରାଧ କରିଛନ୍ତି ସେ ସଂପର୍କରେ ଜଣାପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.