ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ମହିଳାଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା ହାତୀ, ବନବିଭାଗର ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ହିନ୍ଦୋଳ, ୭।୭: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଗିରିଧର ପ୍ରସାଦ ଗ୍ରାମରେ ମହିଳାଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା ହାତୀ । ମୃତ ମହିଳା ହେଲେ ଗିରିଧର ପ୍ରସାଦ ଗ୍ରାମର ୩୪ ବର୍ଷୀୟ ସୌଭାଗିନୀ ପଟ୍ଟନାୟକ I ରବିବାର ସକାଳ ୫ଟାରେ ସୌଭାଗିନୀ ପଟ୍ଟନାୟକ ଘର ଅଗଣା ଝାଡ଼ୁ କରୁଥିବା ସମୟରେ ଏକ ଦନ୍ତା ହାତୀ ଅଗଣାରୁ ଘୋଷାଡ଼ି ମାରିବା ଫଳରେ ସୌଭାଗିନୀଙ୍କର ମୃତ୍ୟୁ ଘଟିଛି ।

ହିନ୍ଦୋଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟୁଥିବାରୁ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ, ଗିରିଧର ପ୍ରସାଦ ଗ୍ରାମ ଏକ ପାହାଡ଼ିଆ ତଳ ଅଞ୍ଚଳ ଗ୍ରାମ ହୋଇଥିବାରୁ ଏଠାରେ ବର୍ଷ ସାରା ହାତୀ ଚଳପ୍ରଚଳ କରୁଛନ୍ତି I ମାତ୍ର, ବନବିଭାଗ ପକ୍ଷରୁ ଲୋକମାନଙ୍କ ସୁରକ୍ଷା ପାଇଁ ସୋଲାର ବାଡ଼, ହାତୀ ଟ୍ରେଞ୍ଚ, ସୋଲାର ଲାଇଟ୍ ପରି କୌଣସି ପଦକ୍ଷେପ ନେଉନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି I ଗ୍ରାମବାସୀମାନେ ହାତୀ କବଳରୁ କିପରି ରକ୍ଷା ପାଇବେ ସେଥିପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.