ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଆରମ୍ଭ ହେବ ବନ୍ଦ ହୋଇ ପଡ଼ିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ

ଭୁବନେଶ୍ବର,୦୩/୦୯:ଆରମ୍ଭ ହେବ ବନ୍ଦ ହୋଇ ପଡ଼ିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୩ହଜାର ୪୫୭ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ ହୋଇଥିଲା।  ଆମ ଓଡ଼ିଶା ନବୀନ ଓଡ଼ିଶାରେ କେତେ ଟଙ୍କା ଦିଆଯାଇଛି, କେତେ ଖର୍ଚ୍ଚ ହୋଇଛି  ଏନେଇ ବିଧାନସଭାର ପ୍ରଶ୍ନକାଳରେ  ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। 

ତେବେ ଆମ ଓଡ଼ିଶା ନବୀନ ଓଡିଶାରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି । ବାକି କିଛି କାମ ଚାଲୁଛି । କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ । ଆମ ଓଡ଼ିଶା ନବୀନ ଓଡ଼ିଶା ରେ ଯେଉଁ କାମ ହୋଇଛି ସେଥିରେ କିଛି ତଥ୍ୟ ବ୍ଲକ ଓ ପଞ୍ଚାୟତ ଲେବୁଲରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇ ନାହିଁ । ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ।  ଆମ ଓଡ଼ିଶା ନବୀନ ଓଡିଶା ବଜେଟ ର ୮୦ ପ୍ରତିଶତ ଅର୍ଥ ଡ଼ିଆରଡ଼ିଏ ରହିଛି। ଆମ ଓଡ଼ିଶା ନବୀନ ଓଡିଶା ରେ ଯେଉଁ କାମ ହେଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ।   ସେଥିରେ କୌଣସି ସନ୍ଧେହ ନାହିଁ।  

ସେହିପରି ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା କାରଣରୁ ଆମ ଓଡ଼ିଶା ନବୀନ ଓଡିଶାର ଅନେକ ଟଙ୍କା ସେଥିରେ ଲାଗିଥିଲା । ଯେଉଁଥି ପାଇଁ ବିକାଶମୂଳକ କାର୍ଯ୍ୟ ପାଇଁ ଟଙ୍କାର ଅଭାବ ଦେଖା ଦେଇଥିବ। ତେଣୁ ଆମେ ତା ପାଇଁ ପଦକ୍ଷେପ ନେବାକୁ ଯାଉଛୁ । ଏଥିସହ ମନରେଗାରେ ବ୍ୟାପକ ବାଟମାରଣା ହେଉଛି। ବଡ଼ ବଡ଼ ଲୋକଙ୍କ ନାଁରେ ଜବ କାର୍ଡ ରହୁଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଯାଉଛି । ହେଲେ କାମ କରୁଥିବା ଲୋକ ଟଙ୍କା ପାଉ ନାହାନ୍ତି । ତେଣୁ ଆମେ ଯୋଜନା କରୁଛୁ ଏହାକୁ ବନ୍ଦ କରି ଆଗକୁ ଓଡିଶାକୁ ଦାଦନ ମୁକ୍ତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.