ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରିକ୍ରମା ମାର୍ଗରେ ମିଳୁନି ଛାଇ; ରେଡ୍‌ କାର୍ପେଟ ଉପରେ କୁକୁର ମଳ, ରହୁଛି ଟ୍ୟାକ୍ସି

ପୁରୀ, ୨୫।୫: ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ହୋଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଖରା ବେଳେ ଏହି ମାର୍ଗରେ ଶ୍ରଦ୍ଧାଳୁଙ୍କୁ ବସିବାକୁ ଛାଇ ସ୍ଥାନଟିଏ ମିଳୁନି । ବର୍ଷା ହେଲେ ଆବଶ୍ୟକ ମୁତାବକ ସୁରକ୍ଷିତ ଛାତ ବି ମିଳୁନି । ପାଦ ଥକି ଗଲେ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ କାନ୍ଥ, ବାଡ଼ ପାଶ୍ୱର୍ରେ ଛାଇ ଦରାଣ୍ଡି ଆଶ୍ରୟ ନେଉଛନ୍ତି । ସେପଟେ ଶ୍ରୀମନ୍ଦିରକୁ ଠାକୁର ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଖରାବର୍ଷାରୁ ସୁରକ୍ଷିତ ସ୍ଥାନଟିଏ ଦେବାକୁ ନିର୍ମାଣ ହୋଇଥିବା ଏସି ସେଡ୍‌ କାମରେ ଲାଗୁନି । ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଯନ୍ତାଗାଡ଼ ଖୋଳା ଯାଇଛି । ଏଠାରେ ରଥ ଅଖ ନିର୍ମାଣ ଚାଲିଥିବାରୁ ଏସି ସେଡ୍‌ ବାଟକୁ ବନ୍ଦ କରି ଦିଆଯାଇଛି ।  

ଫଳରେ ଶ୍ରଦ୍ଧାଳୁମାନେ ପୂର୍ବ ଭଳି ମରିଚିକୋଟ ଛକରୁ ଏସି ସେଡ୍‌ ହୋଇ ଶ୍ରୀକୃଷ୍ଣ ସିନେମା ହଲ୍‌ ଗଳି ପର୍ଯ୍ୟନ୍ତ ଆସିପାରୁଛନ୍ତି, ମାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳ ବାଟେ ହୋଇଥିବା ଏସି ଟନେଲକୁ ପ୍ରବେଶ କରିପାରୁନାହାନ୍ତି । ଫଳରେ ପୂର୍ବ ଭଳି ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡ ଦେଇ ଯାତାୟାତ କରୁଛନ୍ତି । ବଡ଼ଦାଣ୍ଡରେ ଏସି ସେଡ୍‌ ନିର୍ମାଣ ସାଙ୍ଗକୁ ରଥ ନିର୍ମାଣ ଚାଲିଥିବାରୁ ମରିଚିକୋଟ ଛକରୁ ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପସାହି ଛକ ପର୍ଯ୍ୟନ୍ତ ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରିବାରେ ଶ୍ରଦ୍ଧାଳୁମାନେ ଅସୁବିଧା ଭୋଗୁଛନ୍ତି । ଅଫିସ୍‌ ସମୟ, ସନ୍ଧ୍ୟା ବେଳେ ଓ ଛୁଟି ଦିନମାନଙ୍କରେ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେଉଛି । ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୋଟିଏ ପାଶ୍ୱର୍ରେ ଏସି ସେଡ୍‌ ଓ ଅନ୍ୟ ପାଶ୍ୱର୍ରେ ରଥଖଳା କରାଯାଇଥିବାରୁ ମାତ୍ର ୧୦ରୁ ୧୫ଫୁଟ ରାସ୍ତା ଭିତରେ ଭାରୀ ଯାନ, ହାଲୁକା ଯାନ, ମୋଟରସାଇକେଲ, ରିକ୍ସା ପ୍ରଭୃତି ଗାଡ଼ିମୋଟର ଭିଡ଼ ଭିତରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତାୟାତ କରିବା ସମସ୍ୟା ସୃଷ୍ଟି କରୁଛି 

ସେହିପରି ଟାଣ ଖରାରେ ଶ୍ରଦ୍ଧାଳୁଙ୍କ ପାଦ ଫୋଟକା ନହେବା ନିମନ୍ତେ ପଡ଼ିଥିବା ରେଡ୍‌ କାର୍ପେଟର ଯତ୍ନ ନିଆଯାଉନି । ଏହା ବଡ଼ଦାଣ୍ଡରେ ଅବର୍ଜନା ଭଳି ପଡ଼ିରହିଛି । ଏହା ଉପରେ କୁକୁର ମଳ ତ୍ୟାଗ କରୁଛି, ନଚେତ୍‌ ଅଟୋ ଓ ଟ୍ୟାକ୍ସିଗୁଡ଼ିକ ଥୁଆ ହେଉଛି । ଫଳରେ ଏହା ଶ୍ରଦ୍ଧାଳୁଙ୍କ ବ୍ୟବହାରରେ ଆସିପାରୁନି । ଲୋକେ ତତଲା ପିଚୁ ରାସ୍ତାରେ ଖାଲିପାଦରେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟତ କରିବା ବେଳେ ପାଦ ଫୋଟକା ହେଉଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆବଶ୍ୟକ ପାନୀୟଜଳ ବ୍ୟବସ୍ଥା ନଥିବାରୁ ଲୋକେ ଡହଳ ବିକଳ ହେଉଛନ୍ତି । ପରିକ୍ରମା ମାର୍ଗରେ ଅଧିକ ସଂଖ୍ୟକ ପାଣି ଟ୍ୟାପ୍‌ ଲଗାଇବା ପାଇଁ ଶ୍ରଦ୍ଧାଳୁଙ୍କ ଦାବି ପ୍ରତି ଦୃଷ୍ଟି ଦିଆଯାଉନି । 

ସେହିପରି ପରିକ୍ରମା ମାର୍ଗ ନିର୍ମାଣ ବେଳେ ଯେପରି ଭାବେ ପରିକ୍ରମା ମାର୍ଗରେ ଗଛ ଲଗାଇ ଛାଇ ବ୍ୟବସ୍ଥା କରାଯିବାକୁ ନକ୍ସା ପ୍ରସ୍ତୁତ ହୋଇଥିଲା ତାହା ଦେଖିବାକୁ ମିଳୁନି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ପୂରା ଅଞ୍ଚଳରେ ପ୍ଲାଷ୍ଟିକ୍‌ କୁଣ୍ଡରେ ଫୁଲଗଛଗୁଡ଼ିକ ଲଗାଯାଇଛି । ଯାହା ଛାଇ ଦେବାରେ ସମ୍ପୂର୍ଣ୍ଣ ଅସମର୍ଥ । ଶ୍ରଦ୍ଧାଳୁମାନେ କୁଣ୍ଡ ପଛ ପାଶ୍ୱର୍ରେ ବସି ଯଥା ସମ୍ଭବ ତାତିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି । ଶ୍ରଦ୍ଧାଳୁଙ୍କ ବିଶ୍ରାମ ନିମନ୍ତେ ହୋଇଥିବା ପାଭିଲିୟନଗୁଡ଼ିକରେ ପ୍ରଶାସନ ହାଣ୍ଡି ଆଟିକା ରଖି ତାଲା ପକାଇଛି । ତେଣୁ ଶ୍ରଦ୍ଧାଳୁ ଖରାବର୍ଷାରେ କଲବଲ ହେଉଛନ୍ତି । ସ୍ଥାୟୀ ଥଣ୍ଡା ଚଲାପଥ ବ୍ୟବସ୍ଥା ନକରି ପ୍ରତିଦିନ ଦମକଳ ଗାଡ଼ି ଯୋଗେ ହଜାର ହଜାର ଲିଟର ପାଣି ବଡ଼ଦାଣ୍ଡ ପିଚୁ ରାସ୍ତାରେ ପକାଇ ଏହାକୁ ଥଣ୍ଡା କରିବା ଉଦ୍ୟମ କରାଯାଉଛି । ଯାହା କାମ ଦେଉନି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.