ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନାଟୋ ବୈଠକ ମଝିରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ନେଲେ ବ୍ରେକ୍, ଏକାଠି ଦେଖିଲେ ୟୁରୋ କପ୍ ସେମିଫାଇନାଲ

ଓ୍ବାଶିଂଟନ୍,୧୧।୭: ଆମେରିକାରେ ହୋଇଥିବା ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ(ନାଟୋ)ର ବୈଠକ ବେଳେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ହଠାତ ବ୍ରେକ୍ ନେଇ ମ୍ୟାଚ୍ ଦେଖିବାକୁ ଚାଲିଯାଇଥିଲେ। ଏବେ ସେମାନେ ଏହାର ଭିଡିଓ ନିଜର ସୋସିଆଲ ମିଡିଆ ହାଣ୍ଡେଲରେ ସେୟାର କରିଛନ୍ତି। ଏହି ଦୁଇ ପ୍ରଧାନମନ୍ତ୍ରୀ ହେଲେ ନେଦରଲ୍ୟାଣ୍ଡ ଓ ଇଂଲଣ୍ଡର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ।

ଇଂଲଣ୍ଡ ପ୍ରଧନମନ୍ତ୍ରୀ କିର ଷ୍ଟାରମର ଓ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଡିକ୍ ଶ୍ରୁଫ ବୁଧବାର ଓ୍ବାଶିଂଟନ୍‌ରେ ନିଜର ନାଟୋ ବୈଠକରୁ ବ୍ରେକ୍ ନେଇ ନିଜ ଦେଶର ଟିମ୍ ଭିତରେ ହୋଇଥିବା ୟୁରୋ ୨୦୨୪ ର ସେମିଫାଇନାଲ ମ୍ୟାଚ୍ ଦେଖିଥିଲେ। ୟୁନାଇଟେଡ୍ କିଙ୍ଗଡମ୍‌ର ପିଏମ୍‌ ସୋସିଆଲ ମିଡିଆରେ ଏକ ଭିଡିଓ ସେୟର କରିଛନ୍ତି। ଯେଉଁଥିରେ ଦୁହେଁ ବୈଠକରୁ ଅଳ୍ପ ସମୟ ବ୍ରେକ୍ ନେଇ ୟୁରୋ ସେମିଫାଇନାଲର ପ୍ରଥମ ହାଫ୍ ଦେଖୁଥିଲେ।

କିର ଷ୍ଟାରମର ଏକ୍ସ’ରେ ନିଜର ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ନାଟୋ ମିଟିଂରୁ ବାହାରକୁ ଆସି ସ୍କୋର ଦେଖିବାକୁ ଠିକ୍ ସମୟ ଚୟନ କଲୁ... ଯେତେବେଳେ ହ୍ୟାରି କେନ୍ ପେନାଲ୍ଟିକୁ ଗୋଲ୍ କରିଦିଅନ୍ତି, ସେତେବେଳେ ତାଙ୍କୁ ନେଦରଲାଣ୍ଡ ପିଏମ୍‌ଙ୍କୁ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ ଯେ,ୟୁରୋକପ୍‌ର ଏହି କଡା ମୁକାବିଲାରେ ଇଂଲଣ୍ଡ ଟିମ୍‌ ନେଦରଲ୍ୟାଣ୍ଡ ଉପରେ ଭାରି ପଡିଥିଲା ଓ ଶେଷ ସମୟରେ ମୁକାବୀଲ ୨-୧ରେ ଜିତି ନେଇଥିଲା।ଫଳରେ ଇଂଲଣ୍ଡ ଟିମ୍ ଫାଇନାଲକୁ ପ୍ରବେଶ କରିଛି।ଏଥିପାଇଁ ଷ୍ଟାରମର ଇଂଲଣ୍ଡର ଫୁଟବଲ ଟିମକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.