ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସେମାନେ କେବଳ ପବ୍ଲିସିଟି ଚାହୁଁଛନ୍ତି ... ସଲମାନଙ୍କ ଘର ବାହାରେ ହୋଇଥିବା ଫାୟାରିଂକୁ ନେଇ କହିଲେ ପିତା ସଲିମ ଖାନ

ମୁମ୍ୱାଇ : ମୁମ୍ୱାଇର ବାନ୍ଦ୍ରାରେ ସଲମାନ ଖାନଙ୍କ ଘରେ ରବିବାର ଗୁଳି ଚାଳନା ହୋଇଥିଲା। ଏହି କାଣ୍ଡ କରିଥିବା ଦୁଇ ବାଇକ ଆରୋହୀ ସିସିଟିଭି କ୍ୟାମେରାରେ ନଜର ଆସିଛନ୍ତି। ସେମାନେ ୪ ରାଉଣ୍ଟ ଫାୟାରିଂ କରିଛନ୍ତି। ଘଟଣା ସମୟରେ ସଲମାନ ଘରେ ହିଁ ଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଲମାନଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଅଭିନେତାଙ୍କ ଘରର ସୁରକ୍ଷା ବି ବଢାଇ ଦିଆ ଯାଇଛି। ଅଭିନେତାଙ୍କୁ ପ୍ରଥମେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ପ୍ରଶଂସକମାନେ ସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ। ଏହି ମଧ୍ୟରେ ଏବେ ସଲିମ୍‌ ଖାନ ଫାୟାରିଂର ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି। 

‘ସଲମାନ ଖାନ ଏହା ତ ଟ୍ରେଲର , ଏହା ପରେ କେବଳ ଗୁଳି ...’ ଲରେନ୍ସ ବିଶ୍ନୋଇର ଭାଇ ଫାୟାରିଂ ନେଇ ନିଜକୁ କଲା ଦାୟୀ

ସଲିମ ଖାନ କହିଛନ୍ତି କି, ଚିନ୍ତା କରିବାର କିଛି ନାହିଁ। ସେ ଲୋକେ କେବଳ ପ୍ରଚାର ପାଇବାକୁ ଚାହାନ୍ତି। ସିଏନଏନ ନ୍ୟୁଜ୍‌-୧୮ ସହ କଥା ହୋଇ ସଲିମ ଖାନ କହିଛନ୍ତି ଯେ, କହିବାକୁ କିଛି ବି ନାହିଁ । ସେମାନେ କେବଳ ପବ୍ଲିସିଟି ଚାହାନ୍ତି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏବେସୁଦ୍ଧା ସଲମାନ ଖାନ ଫାୟାରିଂ ବିଷୟରେ କିଛି ବି କହି ନାହାନ୍ତି। 

ସଲମାନ ଖାନଙ୍କ ବିଲ୍ଡିଂ ଉପରେ ହୋଇଥିବା ଫାୟାରିଂ ପରେ ଅଭିନେତାଙ୍କ ପ୍ରତିକ୍ରିୟା , ପିତା ସଲିମ୍‌ ଖାନ କରୁଛନ୍ତି ଘର ବଦଳାଇବାର ପ୍ଲାନିଂ

ରିପୋର୍ଟ ମୁତାବିକ , ଶୂନ୍ୟରେ ୩ଟି ଗୁଳି କରାଯାଇଛି। ଘଟଣା ପରେ ସଲମାନଙ୍କ ଘରର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରି ଦିଆ ଯାଇଛି। ଏହି ମାମଲାରେ ଅଜଣା ଲୋକଙ୍କ ବିରୋଧରେ ମାମୱଲା ରୁଜୁ କରାଯାଇଛି। ପୁଲିସ ସୂତ୍ରାନୁସାରେ କହିଛି କି , ବାଇକ୍‌ ଆରୋହୀ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ହାଇୱେ ଆଡ଼କୁ ଚାଲି ଯାଇଥିବେ। ଆଶଙ୍କା କରାଯାଉଛି କି ଏହି ଲୋକେ ମୁମ୍ୱାଇ ବାହାରକୁ ଚାଲି ଯାଇଛନ୍ତି। ସୂତ୍ରାନୁସାରେ , ସୁଟର ମହାରାଷ୍ଟ୍ର ବାହାରର ହୋଇ ଥାଇ ପାରନ୍ତି। ମୁମ୍ୱାଇ ପୁଲିସ ସିସିଟିଭି ଆଧାରରେ ଦୋଷୀଙ୍କୁ ଧରିବାରେ ଲାଗି ପଡ଼ିଛି।

ଅନ୍ୟପଟେ , ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଭାଇ ଅନମୋଲ ବିଶ୍ନୋଇ ,ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଲେଖି ଫାୟାରିଂରେ ନିଜକୁ ଦାୟୀ କରିଛି। ଅନମୋଲ ଧମକ ଦେଇ କହିଛି କି ଏହା ତ କେବଳ ଟ୍ରେଲର। ଆଗାମୀ ଥର ଘର ବାହାରେ ଗୁଳି ଫୁଟିବ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.