ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

‘ପାଲେଷ୍ଟାଇନ୍‌ ପାଇଁ କାନ୍ଦୁଥିଲେ, ବାଂଲାଦେଶରେ ହିନ୍ଦୁ ନରସଂହାରକୁ ନେଇ ଚୁପ୍‌’: ଇଣ୍ଡି ମେଣ୍ଟକୁ ଟାର୍ଗେଟ୍‌ କଲେ ଗିରିରାଜ ସିଂହ

Image Courtesy: jansatta

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ତୀବ୍ର ରୂପ ଧାରଣ କରିଛି । ଏପରିକି ଦେଶରେ ହିନ୍ଦୁ ସଂପ୍ରଦାୟଙ୍କୁ ଟାର୍ଗେଟ କରାଯାଉଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିରୋଧୀ ଇଣ୍ଡି ମେଣ୍ଟ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଯେଉଁମାନେ ପାଲେଷ୍ଟାଇନ୍ ପାଇଁ କାନ୍ଦୁଥିଲେ ସେମାନଙ୍କ ଧର୍ମନିରପେକ୍ଷତା ହିନ୍ଦୁମାନଙ୍କ ପାଇଁ ମରିଯାଉଛି । ଗିରିରାଜ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଇଣ୍ଡି ମେଣ୍ଟର ଲୋକେ ପାଲେଷ୍ଟାଇନ୍‌କୁ ନେଇ କାନ୍ଦୁଥିଲେ କିନ୍ତୁ ବାଂଲାଦେଶରେ ହିନ୍ଦୁଙ୍କ ନରସଂହାର ଉପରେ ଚୁପ ଅଛନ୍ତି । ଏମାନଙ୍କ ଧର୍ମନିରପେକ୍ଷତା ହିନ୍ଦୁଙ୍କ ଯନ୍ତ୍ରଣାକୁ ଦେଖି ମରିଯାଏ ।’ 

 ସେପଟେ ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି, ବାଂଲାଦେଶ ସ୍ଥିତି ଉପରେ ଭାରତ ସରକାର ନଜର ରଖିଛନ୍ତି ଏବଂ ସେଠାକାର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି । ତେବେ ଅଶାନ୍ତ ବାଂଲାଦେଶ ଏବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛି । ପ୍ରଥମେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନେଇ ଖବର ମିଳିଥିଲା । କିନ୍ତୁ ଏବେ ହିନ୍ଦୁ ବିରୋଧୀ ହିଂସା ତୀବ୍ର ହେଉଥିବା ଜଣାପଡ଼ିଛି ।

ଢ଼ାକାରେ ନ୍ୟୁଜ ଚ୍ୟାନେଲରେ ଏହି ଖବର ପ୍ରଦର୍ଶିତ ହୋଇଛି । ସେଠାରେ ହିନ୍ଦୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ସହାୟତା ଲାଗି ଗୁହାରି କରୁଥିବା ଦେଖିବାକୁ ମିଳିଛି । ହିନ୍ଦୁ ମହିଳା ଏବଂ ଯୁବତୀଙ୍କ ଅପହରଣ ନେଇ ମଧ୍ୟ ଖବର ମିଳିଛି । ଏମିତି ନୁହେଁ ଯେ, ଶେଖ ହସିନାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଉନଥିଲା । ସେତେବେଳେ ଶେଖ ହସିନା ଏହାକୁ ରୋକିବାରେ ସକ୍ଷମ ହେଉଥିଲେ । କିନ୍ତୁ ଏବେ ଖୋଦ ଶେଖ ହସିନା ଦେଶ ଛାଡ଼ି ପଳାୟନ କରିଛନ୍ତି । ଏଭଳି ସ୍ଥିତିରେ ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ବାଂଲାଦେଶରେ ୮ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଥିବା ବେଳେ ଏହା ୧୯୪୭ ତୁଳନାରେ ଖୁବ କମ୍‌ । ସେତେବେଳେ ହିନ୍ଦୁଙ୍କ ସଂଖ୍ୟା ୩୦ ପ୍ରତିଶତରୁ ଅଧିକ ଥିଲା ।

  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.