ବାରଙ୍ଗ,୧୦/୦୯: ନନ୍ଦନକାନନ ପ୍ରାଣୀଉଦ୍ୟାନରୁ କଲିକତାର ଆଲିପୁର ଚିଡ଼ିଆଖାନାକୁ ୪ ପ୍ରଜାତିର ୧୩ଟି ଜୀବଜନ୍ତୁ ପଠାଯାଇଛି । ସେଥିରେ ହଳେ ଜଳହସ୍ତୀ, ହଳେ ବାରଶିଙ୍ଗା, ଦୁଇହଳ ଗୁରାଣ୍ଡ, ୫ଟି କୁଜି ହରିଣ(୨ଟି ଅଣ୍ଡିରା ୩ଟି ମାଈ)ଅଛନ୍ତି ।
ଅଗଷ୍ଟ ୨୬ ତାରିଖରେ ହଳେ ସିଂହ, ଗୋଟିଏ ମାଈ ବାଘ, ୨ଟି ମାଈ ହିମାଳୟ କଳାଭାଲୁ ଆଲିପୁର ଚିଡିଆଖାନାକୁ ଦିଆଯାଇଥିଲା । ଏହାର ପ୍ରତିବଦଳରେ ସହି ଚିଡିଆଖାନାରୁ ୫ ପ୍ରଜାତିର ୨୦ ଜୀବଜନ୍ତୁ ଆସିଛନ୍ତି । ସେଥିରେ ହଳେ ଜିରାଫ୍, ହଳେ ମାଛରଙ୍କା ବିରାଡି, ୬ଟି ପାଣି ଗୋଧି (୨ଟି ଅଣ୍ଡିରା ୪ଟି ମାଈ), ୪ ହଳ ଗ୍ରୀନ ଏଣ୍ଡୁଅ, ହଳେ ଚାମୁଚ ଥଣ୍ଟିଆ ବଗ ଆସିଛନ୍ତି ।
ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ବଦଳାଇବା ସହିତ ବଂଶ ବୃଦ୍ଧି ପାଇଁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି ।