ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଳାଭୂମି ଏଭଳି ନିୟମ; ଏଠି ଗୋଡ଼ି-ପଥର ଉଠାଇବା ମନା, ନିୟମ ନମାନିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ, ୧୫।୪: ସମୁଦ୍ରକୁ ବୁଲିବାକୁ ଯାଉଥିବା ଅଧିକାଂଶ ପର୍ଯ୍ୟଟକ ବୁଲାବୁଲି କରିବା ସହ ସେଠାରୁ ନିଜ ସହ କିଛି ଜିନିଷ ସ୍ମୁତି ଭାବେ ସାଙ୍ଗରେ ଧରି ଆସିଥାନ୍ତି । ଏହି ସ୍ମୁତିକୁ ସାଇତି ରଖିବା ପାଇଁ କିଏ ଫଟୋ, ଘରକରଣା ଜିନିଷ ଆଣିଥାଏ ତ ଆଉ କିଏ ଛୋଟ ଛୋଟ ପ୍ରତିମୂର୍ତ୍ତି କିଣନ୍ତି । ସମୁଦ୍ରକୂଳରୁ ଗୋଡ଼ି, ବାଲି, ପଥର, ଶାମୁକା ଆଦି ଘରେ ସାଇତି ରଖିବାକୁ ଅନେକ ପସନ୍ଦ କରନ୍ତି । ତେଣୁ ଅନେକ ଲୋକ ସମୁଦ୍ରକୂଳରେ ଗାଧୋଇବାର ମଜା ନେବା ସହ ବେଳାଭୂମିରୁ ଶାମୁକା, ଗୋଡ଼ି ପଥର ଗୋଟାଉଥିବାର ଆମେ ଦେଖିଛେ । କିନ୍ତୁ, ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଏନେଇ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ କଟକଣା ରହିଛି । କେବଳ କଟକଣା ନୁହଁ, ଏଭଳି କରିବା ଫଳରେ ଆପଣଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ । ସେ ପୁଣି ହଜାର କି ୨ ହଜାର ନୁହେଁ ପୁରା ୨ ଲକ୍ଷ ଟଙ୍କା । 

ଏବେ ଜାଣିବା ସେଭଳି ଏକ ସମୁଦ୍ରକୂଳ ବିଷୟରେ, ଯେଉଁଠି ପଥର ଉଠାଇଲେ ମଧ୍ୟ ଜୋରିମାନା ଦେବାକୁ ପଡ଼ିବ । କାନାରି ଦ୍ୱୀପରେ ରହିଛି ଲାଞ୍ଜାରୋଟ୍ ଏବଂ ଫୁର୍ଟେଭେଞ୍ଚୁରା ବେଳାଭୂମି । ଏହି ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଲାଗୁ ହୋଇଛି କଡ଼ା ନିୟମ । ଏହି ନିୟମ ଅବମାନନା କଲେ ପର୍ଯ୍ୟଟକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ । ତେବେ ଏହି ନିୟମ ଅଧିନରେ ଏଠାକୁ ଛୁଟି କାଟିବାକୁ କିମ୍ୱା ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗୋଡ଼ି, ବାଲି, ପଥର ନେବାକୁ ବାରଣ କରାଯାଇଛି । ଏହି ନିୟମ ବିରୋଧରେ ଗଲେ ସ୍ଥାନୀୟ ପ୍ରଶାସନ ଜୋରିମାନା ଆଦାୟ କରିଥାଏ । ନିୟମ ଉଲଙ୍ଘନକାରୀଙ୍କଠାରୁ ୧୨୮ ପାଉଣ୍ଡଠୁ ଆରମ୍ଭ କରି ୨ ହଜାର ୫୬୩ ପାଉଣ୍ଡ ଅର୍ଥାତ୍ ୧୩ ହଜାର ୪୭୮ରୁ ୨ ଲକ୍ଷ ୬୯ ହଜାର ୮୭୯ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରିଥାଏ । 

ତେବେ ଏହି କଡ଼ା ନିୟମ ଲାଗୁ କରିବା ପଛରେ ବି ଏକ କାରଣ ରହିଛି । ପ୍ରତିବର୍ଷ ଲାଞ୍ଜାରୋଟ୍ ସମୁଦ୍ରକୂଳରୁ ଟନ୍ ଟନ୍ ଆଗ୍ନେୟଗିରି ପଦାର୍ଥ ପର୍ଯ୍ୟଟକମାନେ ସାଙ୍ଗରେ ନେଇ ଯାଉଥିବାର ଦେଖାଗଲା । ଯାହା ପରିବେଶକୁ କ୍ଷତି ପହଞ୍ଚାଇବାର ପ୍ରମୁଖ କାରଣ ପାଲଟିଲା । ସେହିଭଳି ଫୁର୍ଟେଭେଞ୍ଚୁରା ବେଳାଭୂମି ଯାହାକି ପପ୍‌କର୍ଣ୍ଣ ବିଚ୍ ଭାବେ ମଧ୍ୟ ଜଣାଶୁଣା । ଏଥିରୁ ଟନ୍ ଟନ୍ ବାଲି ଗାଏବ ହୋଇଯାଉଛି । ପର୍ଯ୍ୟଟକମାନେ ଏପରି କରୁଥିବାରୁ ଏହି ବେଳାଭୂମି ଦୁଇଟିର ପ୍ରାକୃତିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ଏହି କାରଣରୁ କାନାରି ଆଇଲାଣ୍ଡରେ ପାଣି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ସନ୍ତୁଳନକୁ ବଜାୟ ରଖିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଏଭଳି ନିୟମ ଲାଗୁ କରାଯାଇଥିବା ଜଣାପଡ଼ିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.