ନୂଆଦିଲ୍ଲୀ,୧୧/୯ : ଆଇପିଏଲ୍ ୨୦୨୫ର ପ୍ରସ୍ତୁତିରେ ବିସିସିଆଇ ପୂରା ଦମ୍ ଲଗାଇ ଦେଇଛି । ଚଳିତ ବର୍ଷ ଡିସେମ୍ବରରେ ମେଗା ଅକ୍ଶନର ଆୟୋଜନ ହୋଇପାରେ। ଆଇପିଏଲ୍ ୨୦୨୨ ପରେ ପ୍ରଥମ ଥର ମେଗା ଅକ୍ଶନର ଆୟୋଜନ ହେବ । ସମସ୍ତଙ୍କ ନଜର ନିଶ୍ଚିତ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ହେବ ଏବଂ ସେଠାରେ କ’ଣ ପରିବର୍ତ୍ତନ ହେବ । ସବୁଠାରୁ ବଡ଼ ପ୍ରଶ୍ନ ସବୁବେଳେ ମହେନ୍ଦ୍ର ସିଂହ ଧୋନୀଙ୍କ ବିଷୟରେ ହେବ । କ’ଣ ସେ ଆଗାମୀ ସିଜନରେ ଖେଳିବେ ? ପୂର୍ବ ସିଜିନରେ ସେ ଅଧିନାୟକ ଛାଡ଼ି ଦେଇଥିଲେ ଏବଂ ଋତୁରାଜ ଗାୟକଓ୍ବାଡ଼ କମାଣ୍ଡ ସମ୍ଭାଳିଥିଲେ । ଆଗାମୀ ସିଜନରେ ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାମ୍ପରେ କିଛି ପରିବର୍ତ୍ତନ ଦେଖାଯାଇପାରେ ।
ସବୁଠାରୁ ବଡ଼ ସମ୍ଭାବନା ଏହା କି ଧୋନୀ ଅନ୍ତତ ବହୁ ବର୍ଷର ସମ୍ଭାବନା ପରେ ଆଇପିଏଲରୁ ସନ୍ନ୍ୟାସ ନେଇପାରନ୍ତି । ଏଭଳି କେତେକ ରିପୋର୍ଟ୍ସ ଆସୁଛି କି ଧୋନୀଙ୍କୁ ସିଏସକେ ଦ୍ବରା ରିଟର୍ଣ୍ଣ କରାଯାଇପାରେ । ଆଇପିଏଲରେ ଏକ ନିୟମର ଫେରସ୍ତ ହେବାରେ ଅଛି । କେତେକ ଖେଳାଳୀ ରିଟାୟରମେଣ୍ଟର ୫ବର୍ଷ ପରେ ଅନକ୍ୟାପ୍ଡ ପ୍ଲେୟର ରୂପରେ ଓହ୍ଲାଇପାରନ୍ତି । ମାତ୍ର ରିପୋର୍ଟ୍ସର ବିପରୀତ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସନ୍ନ୍ୟାସ ନେଇପାରନ୍ତି ।
ଯଦି ଧୋନୀ ସନ୍ନ୍ୟାସ ନେବେ ତ ସିଏସକେକୁ ନିଶ୍ଚିତ ରୂପରେ ଏକ ନୂଆ ଓ୍ବିକେଟକିପର- ବ୍ୟାଟର ଜରୁରୀ ହେବ । ଆଇପିଏଲ୍ ୨୦୨୫ନିଲାମୀରେ ସିଏସକେକୁ ମିଳିବାକୁ ଥିବା ସବୁଠାରୁ ଭଲ ସମ୍ଭାବିତ ରିପ୍ଲେସମେଣ୍ଟ ଆଉ କେହି ନୁହେଁ ବରଂ ଋଷଭ ପନ୍ତ ଅଟନ୍ତି । ସେ ଧୋନୀଙ୍କ ଜାଗା ନେବାକୁ ସବୁଠାରୁ ସଠିକ୍ ବୋଲି କୁହାଯାଉଛି ।