ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଏଥର କଟକ ଭସାଣିରେ ଦକ୍ଷିଣ ଭାରତ ସ୍ୱତନ୍ତ୍ର ଡ୍ୟାନ୍ସ ଇଭେଣ୍ଟ୍‌

କଟକ, ୦୩/୦୯ : ଚଳିତ ବର୍ଷ ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ତୁଳସୀପୁର ସ୍ଥିତ ଶ୍ରୀରାମ କ୍ଲବ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପୂଜା ଆୟୋଜନଠୁ ଆରମ୍ଭକରି ଭସାଣି ପର୍ଯ୍ୟନ୍ତ ସବୁକିଛି କଟକ ସହରର ବିଭିନ୍ନ କ୍ଲବ୍‌ ତୁଳନାରେ ଆକର୍ଷଣୀୟ ରହିବ ବୋଲି କ୍ଲବ୍‌ ପକ୍ଷରୁ ଆଶା କରାଯାଇଛି । କାରଣ ଏଥର ଭସାଣିରେ କଟକକୁ ପ୍ରଥମ ଥର ଦକ୍ଷିଣ ଭାରତର ଏକ ସ୍ୱତନ୍ତ୍ର ଡ୍ୟାନ୍ସ ଷ୍ଟାଇଲ୍‌ ପ୍ରଦର୍ଶିତ କରାଯିବ । ଏହି ଡ୍ୟାନ୍ସ ଷ୍ଟାଇଲ୍‌ ଏବେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହିଛି । 

ତୁଳସୀପୁର ଅଞ୍ଚଳର ଶ୍ରୀରାମ କ୍ଲବ୍‌ ୧୯୯୮ ମସିହାରେ ମଠସାହି ଅଞ୍ଚଳରେ ଗଢ଼ି ଉଠିଥିଲା । ଏହି କ୍ଲବରେ ୩୦ରୁ ଅଧିକ ସଦସ୍ୟ ରହିଛନ୍ତି । ପ୍ରତିବର୍ଷ ସଦସ୍ୟମାନଙ୍କ ସହଯୋଗରେ ପୂଜା ବେଶ୍‌ ଧୁମଧାମ୍‌ରେ ପାଳନ କରାଯାଏ । ପ୍ରତିବର୍ଷ ଭିନ୍ନ ଭିନ୍ନ ଶୈଳୀରେ ମୂର୍ତ୍ତି ନିର୍ମାଣ କରାଯାଇ ପୂଜା କରାଯାଏ । ଏଥର ପ୍ରାୟ ୬ ଫୁଟ୍‌ ଉଚ୍ଚର ମୂର୍ତ୍ତି ମଣ୍ଡପରେ ପୂଜା ପାଇବେ । ଚଳିତ ବର୍ଷର ପୂଜା ପାଇଁ ୨.୫ ଲକ୍ଷ ଟଙ୍କାର ବଜେଟ୍‌ ସ୍ଥିର କରାଯାଇଛି । ଗତ ବର୍ଷ ଏହି କମିଟି ପ୍ରଥମ ଥର ପାଇଁ ଓଡ଼ିଶାକୁ କେରଳ ପ୍ରସିଦ୍ଧ ଥାମ୍ୱୁଲମ୍‌ ବାଜା ସହ ରାଜସ୍ଥାନୀ ନୃତ୍ୟ ପରିବେଷଣ କରାଇ କଟକ ସହରରେ ଚର୍ଚ୍ଚାରେ ରହିଥିଲା । ଏହି କମିଟି ପକ୍ଷରୁ ପୂଜାକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ଅଯୋଧ୍ୟାରେ ହୋଇଥିବା ଶ୍ରୀରାମଲାଲାଙ୍କ ଆକୃତିର ଗଣେଶ କୁମ୍ଭାର ସାହି ଅଞ୍ଚଳ କାରିଗର ସୁରଜ ମୁଦୁଲି ନିର୍ମାଣ କରୁଛନ୍ତି । ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବେ କଟକକୁ ପ୍ରଥମ ଥର ପାଇଁ ଆସିବାକୁ ଯାଉଛି ଦକ୍ଷିଣ ଭାରତର ସ୍ୱତନ୍ତ୍ର ଡ୍ୟାନ୍ସ ଷ୍ଟାଇଲ୍‌ । ଏହାସହ ସମ୍ୱଲପୁରର ରାଧାକୃଷ୍ଣ ଘଣ୍ଟ ବାଦ୍ୟ ସହ ଲାଇଟ୍‌କୁ ସାମିଲ କରାଯିବ । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଶାନ୍ତି କମିଟି ନିଷ୍ପତ୍ତି ଅନୁଯାୟୀ ଡିଜେ ମୁକ୍ତ ଓ ନିଶା ମୁକ୍ତ ଭସାଣି ଅନୁଷ୍ଠିତ ହେବ । ପ୍ରଶାସନର ଗାଇଡ୍‌ଲାଇନ୍‌ ଅନୁଯାୟୀ ପୂଜା ଓ ଭସାଣି ଉତ୍ସବ ପାଳନ କରାଯିବ ବୋଲି ସଭାପତି ସଞ୍ଜୀବ ସାହୁ, ସମ୍ପାଦକ ଅଭିନାଶ ସୁତାର, ଉପସଭାପତି ଭାଗ୍ୟଧର ସାହୁ, ସାଧାରଣ ସମ୍ପାଦକ ସନ୍ଦୀପ କୁମାର ସାହୁ, କୋଷାଧ୍ୟକ୍ଷ ମନୋଜ କୁମାର ସାହୁ ଏବଂ କୃଷ୍ଣ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.